ଘରୁ ଡାକିନେଇ ମାରିଦେଲେ

ପାରଳାଖେମୁଣ୍ଡି,୨୫ା୨(ଡି.ଏନ୍‌.ଏ.): ଚନ୍ଦ୍ରଗିରି ନିକଟରେ ହାତଗୋଡ଼ ବନ୍ଧା ଜଣେ ଯୁବକଙ୍କ ମୃତଦେହ ଗୁରୁବାର ମୋହନା ପୋଲିସ ଜବତ କରିଥିଲା। ଶୁକ୍ରବାର ମୃତକଙ୍କ ପରିଚୟ ମିଳିଛି। ସେ ହେଲେ ଅଡବା ଥାନା ଖାରୀଗୁଡ଼ା ଲମଡାଙ୍ଗ ଗାଁର ଜୋସେଫ ନାୟକ।

ବୁଧବାର ଜୋସେଫ କେତେଜଣ ସାଙ୍ଗମାନଙ୍କ ସହ ଗାଁରୁ ବାହାରିଥିଲେ। ସେହିଦିନ ରାତିରୁ ତାଙ୍କ ସହ ଯୋଗାଯୋଗ ହୋଇ ନ ଥିବା ପରିବାର ଲୋକେ କହିଛନ୍ତି। ଜୋସେଫଙ୍କୁ ଯୋଜନା ମୁତାବକ ହତ୍ୟା କରି ହାତଗୋଡ଼ ବାନ୍ଧି ଫିଙ୍ଗି ଦିଆଯାଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷେ ଟଙ୍କା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟି ଥାଇପାରେ ବୋଲି ପୋଲିସ ସନ୍ଦେହ ପ୍ରକାଶ କରିଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଆର.ଉଦୟଗିରି ଏସ୍‌ଡିପିଓ ଦିଲ୍ଲୀପ କୁମାର ନାୟକ ସୂଚନା ଦେଇଛନ୍ତି।