Advertisement

ଅଭିଷେକଙ୍କୁ ଶୋ’କୁ ଡାକି ଭୁଲ ହୋଇଯାଇଛି, ଛାଡପତ୍ର ଚର୍ଚ୍ଚା ଭିତରେ ଏମିତି କାହିଁକି ଅନୁତାପ କଲେ ବିଗ୍‌ ବି

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କୁଇଜ ସୋ ‘କୌନ ବନେଗା କରୋଡପତିର -୧୬’ ବିଶେଷ ହେବାକୁ ଯାଉଛି। କାରଣ ଏଥିରେ ବିଗ ବି’ଙ୍କ ଏକମାତ୍ର ପୁଅ ପ୍ରିୟ ଅଭିଷେକ ବଚ୍ଚନଙ୍କୁ ସେଟର ଅତିଥି ଭାବରେ ଦେଖିବାକୁ ମିଳିବ।

ଏଥିରେ ଅଭି ତାଙ୍କ ଫିଲ୍ମ ‘ଆଇ ୱାଣ୍ଟ ଟୁ ଟକ’ର ପ୍ରମୋଟ କରୁଥିବା ଦେଖିବାକୁ ମିଳିବ। ସମ୍ପ୍ରତି ସୋ’ର ନିର୍ମାତାମାନେ ସେମାନଙ୍କର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପ୍ରୋମୋ ସେୟାର କରିଛନ୍ତି। ଏଥିରେ ଅଭିଷେକ ତାଙ୍କ ବାପା ଅମିତାଭ ବଚ୍ଚନଙ୍କ ସାମ୍ନାରେ ‘କୌନ ବନେଗା କରୋଡପତିର -୧୬’ର ହଟ ସିଟ୍‌ରେ ବସିଛନ୍ତି।

ଏହି ସମୟରେ ଅମିତାଭ ‘କୌନ ବନେଗା କରୋଡପତିର’ର ଉପସ୍ଥାପନା କରୁଥିବା ବେଳେ ୭କୋଟି ଟଙ୍କା ଜିତିବାର କିପରି ଘୋଷଣା କରିଥାଆନ୍ତି ତାହାକୁ ଅଭିଷେକ ମଜାଳିଆ ଶେଳୀରେ କହୁଥିଲେ। ଏହାକୁ ନେଇ ଅମିତାଭ କହିଥିଲେ ଅଭିଷେକଙ୍କୁ ଶୋ’କୁ ଡାକିବା ମୋ ଭୁଲ ହୋଇଯାଇଛି।
ତେବେ କିଛିଦିନ ହେବ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଖବର ଫିଲ୍ମ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ଏହା ପଛର କାରଣ ନିମ୍ରତ କୌର ଥିବା ଚର୍ଚ୍ଚା ହେଊଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel