ବ୍ରିଟେନରେ ଜଣେ ବ୍ୟକ୍ତି ଅଫିସ୍ର ଜଣେ ମହିଳା କର୍ମଚାରୀଙ୍କୁ ଅଲଗା ନାଁରେ ଡାକିବା ଭାରି ପଡ଼ିଛି। ଫଳରେ କମ୍ପାନୀ ତାକୁ ଚାକିରିରୁ ବାହାର କରିଦେଇଛନ୍ତି।
ମଞ୍ଚେଷ୍ଟରରେ ମାଇକ୍ ହାର୍ଟଲେ ନାମକ ଜଣେ ବ୍ୟକ୍ତି ନିଜ ଅଫିସରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଭିନ୍ନ ନାମରେ ଡାକୁଥିଲେ। ଫଳରେ କମ୍ପାନୀ ଏହି ପୁରୁଷ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। ଏହା ପୂର୍ବରୁ ଆଉ କିଛି ମହିଳା ମଧ୍ୟ ମାଇକ୍ଙ୍କ ନାମରେ ଅଭିଯୋଗ ଆଣିଥିଲେ। ମାଇକ୍ ଜଣେ ମହିଳାଙ୍କୁ ହନି, ଲଭ୍, ସ୍ବିଟି ଆଦି ନାମରେ ଡାକୁଥିଲେ। ଯେଉଁଥିପାଇଁ ମହିଳା ଜଣକ କୋର୍ଟର ଆଶ୍ରୟ ନେଇଥିଲେ। ଏହି ଅଭିଯୋଗର ବିଚାର କରି ଜଜ୍ ପୁଲିନ୍ ଫିନି ଅଫିସକୁ ନୋଟିସ୍ ଜାରି କରିଥିଲେ। ଏହା ପରେ ଅଫିସ ପକ୍ଷରୁ ମାଇକ୍ଙ୍କୁ ଚାକିରିରୁ ବାହାର କରିଦିଆଯାଇଥିଲା। ଯାହାକୁ ଜଜ୍ ସ୍ବାଗତ କରିଥିଲେ।
ଖାଲି ଏତିକି ନୁହେଁ, ମାଇକ୍ ପୁରୁଷ କର୍ମଚାରୀଙ୍କୁ ମଧ୍ୟ ଅଲଗା ନାମରେ ଡାକିଥାନ୍ତି। ଏହାକୁ ନେଇ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରୁଥିଲେ।