Categories: ଜାତୀୟ

ପଚରାଉଚରା ପାଇଁ ଥାନାକୁ ଡକାଇବା ବ୍ୟକ୍ତିଗତ ଅଧିକାରର ଉଲଂଘନ, ହାଇକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୬।୭ : କାହାକୁ ଉପଦ୍ରବ କରୁଥିବା କହି ବର୍ଗୀକୃତ କରିବା। ପଚରା ଉଚରା ପାଇଁ ପୋଲିସ ଥାନାକୁ ଡକାଇବା ଅବା ସମ୍ପୃକ୍ତ ବ୍ୟକ୍ତି ଘରକୁ ତଦନ୍ତ ପାଇଁ ପୋଲିସ ଟିମ୍‌ ଯିବା ଆଦି ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ। ସେହିପରି ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ଏକତ୍ରିତ କରି ଏହାକୁ ପ୍ରଦର୍ଶନ କରିବା ମଧ୍ୟ ବ୍ୟକ୍ତିଗତ ଅଧିକାର ଉଲ୍ଲଂଘନ ବୋଲି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି।

ଅନୁଚ୍ଛେଦ ୨୧ ଅନୁସାରେ ପୋଲିସ ବିଭାଗର ଏସବୁ କାର୍ଯ୍ୟକଳାପ ଅନୁଚିତ ବୋଲି କୋର୍ଟ କହିଛନ୍ତି। ବିଚାରପତି ଡ଼ିଭିଏସଏସ ସୋମଜାୟୁଲୁଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏହା କହିଛନ୍ତି। ପୋଲିସ ଏଭଳି କରୁଥିବା ନେଇ କେତେକ ଲୋକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ବିଚାର କରି କୋର୍ଟ ଏଭଳି କହିଛନ୍ତି।

ପୋଲିସ ବିଭାଗର ନିର୍ଦ୍ଦେଶ ଆଇନ ନୁହେଁ ବୋଲି କୋର୍ଟ କହିଛନ୍ତି। ରାଜ୍ୟ ସରକାର କାହା ଉପରେ ନଜର ରଖିବା ପାଇଁ ଆଇନ ଆଣନ୍ତୁ ବୋଲି କୋର୍ଟ କହିଛନ୍ତି।

Share