କାମ୍ବୋଡିଆ ନିର୍ବାଚନ: ହୁନ ସେନଙ୍କ ପାର୍ଟିର ବିଜୟ…

ନୋମ ପେହ୍ନ,୫।୮ : ଦୀର୍ଘ ଦିନର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ଶାସକ ଦଳକୁ ପୁଣି ଏକ ବିଜୟ ମିଳିଛି। ଫଳରେ ତାଙ୍କ ଦଳ ଆଗାମୀ ୫ ବର୍ଷ ପାଇଁ କ୍ଷମତାରେ ରହିବ। କାମ୍ବୋଡିଆର ନିର୍ବାଚନ କମିଶନ ଗତ ମାସରେ ନିର୍ବାଚନର ଶେଷ ଫଳାଫଳ ଶନିବାର ଘୋଷଣା କରିଛନ୍ତି।

ଟିଭିକେ ରାଜ୍ୟ ଟେଲିଭିଜନ ଏବଂ ସରକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୋଷଣା କରି ଦେଶର ଜାତୀୟ ନିର୍ବାଚନ କମିଟି କହିଛି ଜୁଲାଇ ୨୩ ସାଧାରଣ ନିର୍ବାଚନରେ ଉପଲବ୍ଧ ୧୨୫ ଟି ସିଟ ମଧ୍ୟରୁ ହୁନ ସେନଙ୍କ କାମ୍ବୋଡିଆ ପିପୁଲ୍ସ ପାର୍ଟି ୧୨୦ଟି ଜିତିଛି।

ରାଜକୀୟ ଫୁନ୍ସପେକ ପାର୍ଟି ପାଞ୍ଚଟି ସିଟ ଜିତିଥିବାବେଳେ ଅନ୍ୟ ୧୬ ଟି ରାଜନୈତିକ ଦଳ କୌଣସି ଆସନ ପାଇନାହାଁନ୍ତି।

ଭୋଟ ରେ ମୋଟ ୮.୨ ନିୟୁତ ମତଦାନ ମଧ୍ୟରୁ କାମ୍ବୋଡିଆ ପିପୁଲ୍ସ ପାର୍ଟି ୬,୩୯୮,୩୧୧ ଭୋଟ ପାଇଛି । ଫୁନ୍ସପେକ ପାର୍ଟି ୭୧୬,୪୯୦ ଭୋଟ ପାଇଛି।

ହୁନ ସେନ ୨୭ ଜୁଲାଇରେ ଘୋଷଣା କରିଥିେ ସେ ମାସ ଶେଷରେ ଇସ୍ତଫା ଦେଉଛନ୍ତି ଏବଂ ଦେଶର ସେନା ମୁଖ୍ୟ ଥିବା ତାଙ୍କ ବଡ଼ପୁଅ ହୁନ ମନେଟଙ୍କୁ ମୁଖ୍ୟ ପଦ ପ୍ରଦାନ କରିଛନ୍ତି।

ନୂତନ ଜାତୀୟ ନେତା ୪୫ ବର୍ଷ ବୟସ୍କ ହୁନ ମନେଟ ମୁଖ୍ୟ ପଦବୀରେ ଥିବାବେଳେ ଅନେକ ଯୁବ ସାଂସଦ ମନ୍ତ୍ରୀ ପଦ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ସେମାନଙ୍କ ମଧ୍ୟରେ ହୁନ ସେନଙ୍କ ସାନପୁଅ ଏବଂ ଦଳର ବରିଷ୍ଠ ସଦସ୍ୟ ରହିଛନ୍ତି।
ଅନେକ ପାଶ୍ଚାତ୍ୟ ଦେଶରେ ଶିକ୍ଷିତ ହୋଇଥିବା ହୁନ ମନେଟ, ୱେଷ୍ଟ ପଏଣ୍ଟରେ ଯୁକ୍ତରାଷ୍ଟ୍ରର ମିଲିଟାରୀ ଏକାଡେମୀରୁ ସ୍ନାତକ ଡିଗ୍ରୀ, ନ୍ୟୁୟର୍କ ୟୁନିଭରସିଟିରୁ ମାଷ୍ଟର ଡିଗ୍ରୀ ଏବଂ ବ୍ରିଟେନର ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡକ୍ଟରେଟ ହାସଲ କରିଥିଲେ। ଶନିବାର ହୁନ ସେନ ୭୧ ବର୍ଷରେ ପୂରଣ କରିଛନ୍ତି। ସେ ୩୮ ବର୍ଷ କ୍ଷମତାରେ ରହିଥିଲେ।

Share