ଫନୋମ ପେନ (କମ୍ବୋଡିଆ),୭।୮: କମ୍ବୋଡିଆର ରାଜା ନୋରୋଡମ ସିହମୋଣି ଦେଶର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ପୁଅ ହୁନ ମାନେଟଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନାମିତ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଗତ ମାସରେ ଅନୁଷ୍ଠିତ ନିର୍ବାଚନରେ ହୁନ ସେନଙ୍କ ଦଳ ବିଜୟ ହୋଇଥିଲା। ହୁନ ସେନଙ୍କ ଟେଲିଗ୍ରାମ ଚ୍ୟାନେଲରେ ପ୍ରକାଶିତ ଏକ ବିବୃତ୍ତିରେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କମ୍ବୋଡିଆରେ ଆଗାମୀ ପ୍ରଧାନମନ୍ତ୍ରୀ ଭାବରେ ହୁନ ମାନେଟଙ୍କୁ ନିଯୁକ୍ତ କରିବା ପାଇଁ କମ୍ବୋଡିଆ ପିପୁଲ୍ସ ପାର୍ଟି ଦ୍ୱାରା ୭ ଅଗଷ୍ଟ ୨୦୨୩ରେ କରାଯାଇଥିବା ଅନୁରୋଧ ନମ୍ବର ୦୩୯/୦୮୨୩/ଏଲକେକେରୁ ଏହା ସ୍ପଷ୍ଟ ଯେ ମାନେଟ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ।