ବାଲି,୧୫।୧୧: କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହନ ସେନ କରୋନା ଆକ୍ରାନ୍ତ ହୋଇଛନ୍ତି। ନିକଟରେ ସେ ଅନେକ ଦେଶର ନେତାଙ୍କୁ ଭେଟିଥିଲେ। ହୁନ କାମ୍ବୋଡିଆର ନୋମ ପେନ୍ହରେ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସମ୍ମିଳନୀ ଆୟୋଜନ କରିଥିଲେ। ଏଥିରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭଙ୍କ ସହ ବହୁ ବଡ ବିଶ୍ୱ ନେତା ଏଥିରେ ସାମିଲ ହୋଇଥିଲେ।
ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ନେତାମାନେ ବାଲିରେ ପହଞ୍ଚିବା ପରେ ହନ ସେନଙ୍କ କରୋନା ରିପୋର୍ଟ ଆସିଛି। ଏଭଳି ପରିସ୍ଥିତିରେ ସମସ୍ତେ ଏହି ଖବରକୁ ନେଇ ଭୟଭୀତ ହୋଇପଡିଛନ୍ତି, କାରଣ ଏହି ପ୍ରଧାନମନ୍ତ୍ରୀ ହନ ସେନ ପୂର୍ବରୁ ଅନେକ ନେତାଙ୍କୁ ଭେଟିଛନ୍ତି। ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସମ୍ମିଳନୀରେ ଜଡିତ ଥିବା ସମସ୍ତ ନେତା ମଧ୍ୟ ଜି-୨୦ ସମ୍ମିଳନୀରେ ଭାଗ ନେଉଛନ୍ତି।
Posted inଅନ୍ତର୍ଜାତୀୟ