ଭାରତକୁ କରୋନା ଭ୍ୟାକ୍ସିନ ମାଗିଲେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ

ନୋମ ପେନହ,୧୯ ।୧: ଭାରତରେ ନିର୍ମିତ ଦୁଇଟି କୋଭିଡ ଭ୍ୟାକ୍ସିନକୁ କରୋନା ମୁକାବିଲା ଲାଗି ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ମିଳିଯିବା ପରେ ୧୬ ଜାନୁୟାରୀରୁ ଦେଶରେ ସବୁଠାରୁ ବଡ ଟିକାକରଣ ଅଭିଯାନ ଆରମ୍ଭ କରାଯାଇଛି । ଏହାକୁ ଦେଖି କିଛି ଦେଶ ଭାରତଠାରୁ ଏହି ଭ୍ୟାକ୍ସିନ ନେବାପାଇଁ ମନ ବଳାଇଛନ୍ତି । ଏବେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ ସେନ ବି ଭାରତକୁ କରୋନା ଭ୍ୟାକ୍ସିନ ମାଗିଛନ୍ତି । କାମ୍ବୋଡିଆ ଗଣମାଧ୍ୟମର ରିପୋର୍ଟରୁ ଏହା ଜଣାପଡିଛି । ସୂଚନାଯୋଗ୍ୟ, ଚାଇନା ପ୍ରାୟ ୧୦ ଲକ୍ଷ କରୋନା ଭ୍ୟାକ୍ସିନ କାମ୍ବୋଡିଆ ପଠାଇଛି । ଏହାପରେ ବି କାମ୍ବୋଡିଆ ପ୍ରଧାନମନ୍ତ୍ରୀ ଭାରତଠାରୁ ଭ୍ୟାକ୍ସିନ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ଭାରତଠାରୁ ନେପାଳ, ଭୁଟାନ, ମାଲଦ୍ୱୀପ, ମ୍ୟାାନମାର, ବାଂଲାଦେଶ, ବ୍ରାଜିଲ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ଫିଲିପାଇନ୍ସ, ଇଣ୍ଡୋନେସିଆ, ଭିଏତନାମ୍‌, ମୋରୋକ୍କୋ, ସୌଦି ଆରବ ଓ ମାଲେସିୟା ବି କରୋନା ଭ୍ୟାକ୍ସିନ ମାଗିଛନ୍ତି ।

Share