ବାଲେଶ୍ୱର ଅଫିସ,୨୧।୨: ବାଲେଶ୍ୱର ଜିଲା ବାଲେଶ୍ୱର ପରିବାର ଅଦାଲତ ପରିସର ମଙ୍ଗଳବାର ରଣକ୍ଷେତ୍ର ପାଲଟିଛି। ପରିବାର ଅଦାଲତରେ ଛାଡ଼ପତ୍ର ମାମଲାର ବିଚାର ପାଇଁ ଆସିଥିବା ଦମ୍ପତିଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଦେଖିବାକୁ ମିଳିଛି। ବ୍ୟକ୍ତିଙ୍କ ହେଲମେଟ୍ ମାଡରେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ଚାନ୍ଦିପୁର ଥାନା ଅନ୍ତର୍ଗତ ମଝିକିଆ ଅଞ୍ଚଳର ରତିକାନ୍ତ ପାଣିଗ୍ରାହୀ ଓ ରଶ୍ମିରେଖା ପାଣିଗ୍ରାହୀଙ୍କ ୩ ବର୍ଷ ପୂର୍ବେ ଛାଡ଼ପତ୍ର ହୋଇଥିଲା । ଉଭୟଙ୍କ ମାମଲା ବର୍ତ୍ତମାନ ପରିବାର ଅଦାଲତରେ ବିଚାରାଧୀନ ଥିବା ବେଳେ ମଙ୍ଗଳବାର କୌଣସି କାରଣ ବଶତଃ ଉଭୟେ କୋର୍ଟ ପରିସରରେ ହାତାହାତି ହୋଇଥିଲେ । ଉଭୟଙ୍କ ମଧ୍ୟରେ ବଚସା ଓ ମାରପିଟ ଏତେ ଜୋର ହୋଇଥିଲା ଯେ, ରତିକାନ୍ତ ରଶ୍ମିରେଖାଙ୍କ ମୁଣ୍ଡକୁ ହେଲିମେଟ୍ରେ ପିଟିଦେଇଥିଲେ। ଏଥିରେ ରଶ୍ମିରେଖା ଅଚେତ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ରଶ୍ମିରେଖାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଭରଣପୋଷଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଜଣାପଡ଼ିଛି।