Categories: ଜାତୀୟ

ଷ୍ଟୋନ ଅପରେଶନକୁ ଆସି ହରାଇଲେ କିଡ୍‌ନୀ

ଅହମ୍ମଦାବାଦ,୧୯।୧୦: ଗୁଜରାଟର ଏକ ଡାକ୍ତରଖାନାରେ ଜଣେ ରୋଗୀଙ୍କ ଷ୍ଟୋନ ଅପରେଶନ କରିବା ବଦଳରେ କିଡ୍‌ନୀ କାଢ଼ିନେବା ଘଟଣାରେ ସମ୍ପୃକ୍ତ ହସ୍ପିଟାଲକୁ ୧୧ ଲକ୍ଷ ଜରିମାନା ହୋଇଛି। ୨୦୧୧ରେ ଦେବେନ୍ଦ୍ରଭାଇ ରାଭାଲଙ୍କ କିଡ୍‌ନୀରେ ଷ୍ଟୋନ୍‌ ହେବାରୁ ସେ ବାଲାସିନୋରରେ ଥିବା କେଏମ୍‌ଜି ଜେନେରାଲ ହସ୍ପିଟାଲକୁ ଆସିଥିଲେ। ସେଠାରେ ଡାକ୍ତର ଷ୍ଟୋନ ବଦଳରେ ତାଙ୍କ କିଡ୍‌ନୀ କାଢ଼ିଦେଇଥିଲେ। ଫଳରେ ଦେବେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଗୁଜରାଟ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିଶନଙ୍କ ନିକଟରେ ମାମଲା ପହଞ୍ଚିଥିଲା। ଉପଭୋକ୍ତା ଅଧିକାର କମିଟି ଉକ୍ତ ହସ୍ପିଟାଲକୁ ଏଭଳି ଅବହେଳା ପାଇଁ ଦାୟୀ କରିବା ସହ ମୃତକଙ୍କ ପରିବାରକୁ ୧୧.୨୩ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

Share