କାରରେ ଆସି କାଟିଲେ ଶଟର

ଭୁବନେଶ୍ୱର,୧।୧ (ସୂର୍ଯ୍ୟକାନ୍ତ ବେହେରା) : ନୂଆବର୍ଷ ପାଇଁ ସହରରେ କଡ଼ା କଟକଣା ସତ୍ତ୍ୱେ କାରରେ ଆସି ଶଟର ତାଲା କାଟି ଏକ ଇଲେକ୍ଟ୍ରିକାଲ ଦୋକାନରୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ଉପକରଣ ଚୋରି କରିନେଇଛନ୍ତି ଦୁର୍ବୃତ୍ତ। ଇନ୍‌ଫୋସିଟି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଚୋରି ବେଳର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି। ତେବେ ଜଣେ ମହିଳା ଓ ପୁରୁଷ ଏଭଳି କାଣ୍ଡ ଘଟାଇଥିବା ଉକ୍ତ ଫୁଟେଜରୁ ଜଣାପଡୁଛି। ଏନେଇ ଦୋକାନ ମାଲିକ ପ୍ରକାଶ କୁମାର ସ୍ବାଇଁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି ରଖିଛି। ଅପରପକ୍ଷେ ନୂଆ ବର୍ଷରେ ସହରରେ ପୋଲିସ ପଇଁତରା ମାରୁଥିବା ବେଳେ ଏଭଳି ଘଟଣା ଘଟିଛି

Share