ଆସିଲା ଓମିକ୍ରନ ଟେଷ୍ଟ କିଟ୍‌

ଭୁବନେଶ୍ୱର,୫।୧(ବ୍ୟୁରୋ): ଓମିକ୍ରନ ଭାରିଆଣ୍ଟକୁ ନେଇ ରାଜ୍ୟରେ ଚିନ୍ତା ବଢ଼ୁଥିବା ବେଳେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେବେ ଏହା ଭିତରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଓମିକ୍ରନ୍‌ ଭାରିଆଣ୍ଟ ଚିହ୍ନଟ ପାଇଁ ଆଉ ଜିନମ୍‌ ସିକ୍ୟୁଏନ୍‌ସିଂର ଆବଶ୍ୟକ ନାହିଁ। ଏ ନେଇ ଆରଟିପିସିଆର ଟେଷ୍ଟ କିଟ୍‌ ବିକଶିତ ହୋଇଛି। ଯାହା କେବଳ ୪ ଘଣ୍ଟା ମଧ୍ୟରେ ପଜିଟିଭ୍‌ କି ନେଗେଟିଭ୍‌ ଜଣାଇଦେବ। ଉଦ୍‌ଭାବିତ ଆର୍‌ଟିପିସିଆର ଟେଷ୍ଟ କିଟକୁ ଡିସିଜିଆଇ ମଞ୍ଜୁରୀ ଦେଇଛି। ଏ ନେଇ ଖବରଦାତା ସମ୍ମିଳନୀରେ ଆଇସିଏମ୍‌ଆର ଡିଜି ଡାକ୍ତର ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି । ଆଜି ରାଜ୍ୟରେ ୨୪ ଓମିକ୍ରନ ପଜିଟଭ୍‌ ଚିହ୍ନଟ ହୋଇଛନ୍ତି ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି।

Share