ପଦ୍ମପୁର,୧୪।୯(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବେତଡାବଜାରରେ ଥିବା ଏକ ଗହଣା ଦୋକାନରୁ ବୁଧବାର ବଡ଼ଧରଣର ଲୁଟ୍ ହୋଇଛି। ସକାଳେ କାଶିଶ୍ୱର୍ ଜୁଏଲାରୀ ମାଲିକ ଦୋକାନ ଖୋଲି ବ୍ୟାଗରୁ ଗହଣା କାଢି ଶୋକେସ୍ରେ ରଖୁଥିଲେ । ସେହି ସମୟରେ ଏକ ବାଇକରେ ଦୁଇ ଯୁବକ ଆସି ବ୍ୟାଗ ଝାମ୍ପି ନେଇ ପଳାଇଥିଲେ । ଖବର ପାଇ ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟାଗ୍ରେ କେତେ ଟଙ୍କାର ଗହଣାଥିଲା ତାହାର ସଠିକ୍ ତଥ୍ୟ ମିଳି ପାରି ନାହିଁ।