ଚାନ୍ଦବାଲି,୨୧।୩(ଡି.ଏନ୍.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗୁମର ଦିନକୁ ଦିନ ଫିଟିବାରେ ଲାଗିଛି। ସୋମବାର ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଜଣକ ହେଲେ ନିରଞ୍ଜନ ସେଠୀ । ନିରଞ୍ଜନ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଥିଲେ। ନିରଞ୍ଜନଙ୍କ ସହ ରଞ୍ଜନ ନାୟକ ନାମକ ଅନ୍ୟଜଣେ ଅଭିଯୁକ୍ତ ମଧ୍ୟ ଗିରଫ ହୋଇଛନ୍ତି। ଗିରଫ ନେଇ ଚାନ୍ଦବାଲି ଏସ୍ଡିପିଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିରଞ୍ଜନ ହିଁ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ମାନସଙ୍କୁ ଅପହରଣ ପରେ ହତ୍ୟାକରି ମୃତଦେହ ପୋତିବା ପର୍ଯ୍ୟନ୍ତ ନିରଞ୍ଜନଙ୍କ ହାତ ରହିଛି ବୋଲି ଏସ୍ହିପିଓ କହିଛନ୍ତି। ଅନ୍ୟପକ୍ଷେ ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି।