କ୍ୟାମେରାଯୁକ୍ତ ସିରିଞ୍ଜ

ସାଧାରଣତଃ ରକ୍ତ ପରୀକ୍ଷା, କେତେକ ଆନୁଷଙ୍ଗିକ ପରୀକ୍ଷା କରିବା ଲାଗି ଏବଂ ଇଞ୍ଜେକସନ ନେବା ପାଇଁ ସିରିଞ୍ଜର ବ୍ୟବହାର କରାଯାଇଥାଏ। ନିକଟରେ ଏପରି ଏକ ସିରିଞ୍ଜ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଏକ ସୂକ୍ଷ୍ମ କ୍ୟାମେରା ସଂଯୋଗ କରାଯାଇଛି। ବିଶେଷଭାବରେ ଏଣ୍ଡୋସ୍କୋପି କରିବା ପାଇଁ ଏହି ସିରିଞ୍ଜ ଅନେକାଂଶରେ ସହାୟକ ହୋଇପାରିବ ବୋଲି ପ୍ରସ୍ତୁତକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏପରି ସିରିଞ୍ଜ ପାଇଁ ଜର୍ମାନୀର ବିଶେଷଜ୍ଞମାନେ ଦୀର୍ଘ ଦିନ ଧରି ଗବେଷଣା କରିବା ପରେ ଏଥିରେ ସଫଳ ହୋଇଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳ ବିଶିଷ୍ଟ ଏହି କ୍ୟାମେରାଯୁକ୍ତ ସିରିଞ୍ଜରେ ତିନୋଟି ଲେନ୍ସ ରହିଛି। ଏହି କ୍ୟାମେରା ଦେଖିବାକୁ ଛୋଟ ଲୁଣ ଦାନା ପରି। ଏଥିରେ ମଧ୍ୟ ଥ୍ରୀ-ଡି ପ୍ରିଣ୍ଟିଙ୍ଗ ସିଷ୍ଟମ ଉପଲବ୍ଧ। ଏପରି ସିରିଞ୍ଜର ବ୍ୟବହାର କରାଯାଇ ସେଥିରୁ ସଫଳତା ମିଳିଛି ବୋଲି ଜର୍ମାନୀସ୍ଥିତ ଷ୍ଟୁଟଗାର୍ଡ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।