Categories: ଖେଳ

ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଡବଲ୍‌ ଝଟ୍‌କା

ନୂଆଦିଲ୍ଲୀ,୮।୨: ଭାରତୀୟ ଟିମ୍‌ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବା ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌କୁ ଆଉ ଏକ ଝଟ୍‌କା ଲାଗିଛି। କଙ୍ଗାରୁ ଟିମ୍‌ର ତାରକା ଦ୍ରୁତ ବୋଲର କାମେରନ୍‌ ଗ୍ରୀନ ସିରିଜର ପ୍ରଥମ ଟେଷ୍ଟ ଖେଳିବା କଷ୍ଟକର ବୋଲି କୁହାଯାଉଛି। ଏନେଇ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ ସ୍ପଷ୍ଟ କରିଛନ୍ତି।

ଖବରଦାତା ସମ୍ମିଳନୀରେ ସ୍ମିଥ କହିଛନ୍ତି, ଗ୍ରୀନ୍‌ ନେଟ୍‌ରେ ଅଭ୍ୟାସ କରିନାହାନ୍ତି। ଏଣୁ ସେ ନାଗପୁର ଟେଷ୍ଟରେ ଖେଳିବା କଷ୍ଟକର। ତଥାପି ଶେଷ ପର୍ଯ୍ୟନ୍ତ ତାଙ୍କର ଫିଟ୍‌ ହେବାକୁ ଅପେକ୍ଷା କରିବୁ। ହେଲେ ମୋତେ ଲାଗୁଛି ଯେ ସେ ଖେଳିବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।

କହିରଖୁଛୁ, ପୂର୍ବରୁ ଦ୍ରୁତ ବୋଲର୍‌ ଜୋଶ ହାଜଲେଉଡ୍‌ ମଧ୍ୟ ବାଦ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ଦଳ ପାଇଁ ଏହା ଡବଲ୍‌ ଝଟ୍‌କା ବୋଲି କୁହାଯାଉଛି। ଡିସେମ୍ବରରେ ସେ ଆହତ ହୋଇଥିଲେ।

Share