ରାଣୀ ହେବାକୁ ଚାହୁଁ ନ ଥିଲେ କାମିଲା

ଲଣ୍ଡନ,୨୩ା୭: ଗତ ସେପ୍ଟେମ୍ବରରେ ରାଣୀ ଏଲିଜାବେଥ୍‌ଙ୍କ ଦେହାନ୍ତ ହେବା ପରେ ବ୍ରିଟିଶ ଜନସାଧାରଣ ଘୃଣା କରିବେ ବୋଲି ରାଜା ଚାଲର୍‌ସଙ୍କ ରାଣୀ କାମିଲା ଚିନ୍ତିତ ଥିଲେ। ସାରା ପାର୍କର-ବୋଲ୍ସ, ପୂର୍ବତନ ସ୍ବାମୀ ଆଣ୍ଡ୍ରିୟୁ ପାର୍କର-ବୋଲ୍ସଙ୍କ ସହ କାମିଲାଙ୍କ ପୁଅ ଟମ୍‌ଙ୍କୁ ବିବାହ କରିଥିଲେ। ୧୯୮୦ ଏବଂ ୧୯୯୦ ଦଶକରେ କାମିଲା ସାଧାରଣରେ ଏକ ଇତିହାସ ସୃଷ୍ଟି କରିଥିଲେ। ଯେତେବେଳେ ସେ ଆଣ୍ଡ୍ରିୟୁ ପାର୍କର-ବୋଲ୍ସଙ୍କୁ ବିବାହ କରିଥିଲେ।

ତତ୍କାଳୀନ ପ୍ରିନ୍ସ ଚାଲର୍‌ସଙ୍କ ସହ ତାଙ୍କର ସୁସମ୍ପର୍କ, ଯିଏ ସେହି ସମୟରେ ରାଜକୁମାରୀ ଡାଏନାଙ୍କୁ ବିବାହ କରିଥିଲେ। ୧୯୯୨ ରେ ଚାଲର୍‌ସ ଏବଂ ଡାଏନା ଅଲଗା ହୋଇଥିଲେ ଏବଂ ୧୯୯୬ରେ ଛାଡ଼ପତ୍ର ହୋଇଥିଲେ। ୧୯୯୭ରେ ପ୍ୟାରିସ କାର୍‌ ଦୁର୍ଘଟଣାରେ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ପରେ କାମିଲା ଘୃଣାର ବର୍ଷ ଭାବେ ଅନୁଭବ କରିଥିଲେ ଏବଂ ରାଣୀ ଏଲିଜାବେଥ୍‌ଙ୍କ ମୃତ୍ୟୁ ପରେ ସେଗୁଡ଼ିକ ତାହାର ପୁରରାବୃତ୍ତି ହେବ ବୋଲି ଭାବି ରାଣୀ ହେବାକୁ ଡରୁଥିଲେ।

ଏ ସମ୍ପର୍କରେ କାମିଲା ସ୍ପଷ୍ଟ କିଛି କହିନାହାନ୍ତି। ସେ କେବଳ ଅସନ୍ତୁଷ୍ଟ ଥିଲେ ବୋଲି କହିଛନ୍ତି।
ଶୋଭାଯାତ୍ରା ବିଷୟରେ ସାରା ପାର୍କର-ବୋଲ୍ସ କହିଛନ୍ତି, କାମିଲା ପ୍ରକୃତରେ ନର୍ଭସ ଥିଲେ। ସେ ଚାହୁଁଥିଲେ ଯେଉଁ ଲୋକମାନେ ତାଙ୍କୁ ଭଲ ପାଆନ୍ତି। ସେମାନେ ତାଙ୍କୁ ଘୃଣା ନ କରନ୍ତୁ।

Share