ଲଣ୍ଡନ,୫ା୪:ବ୍ରିଟେନର ରାଜା ଚାଲର୍ସ ତୃତୀୟଙ୍କ ସ୍ତ୍ରୀ କାମିଲାଙ୍କୁ ସରକାରୀ ଭାବେ ‘ମହାରାଣୀ କାମିଲା’ ମାନ୍ୟତା ଦିଆଯାଇଛି। ବକିଂହାମ ପ୍ୟାଲେସ୍ କାମିଲାଙ୍କ ନାମ ଆଗରେ ‘ମହାରାଣୀ’ ଶବ୍ଦ ବ୍ୟବହାର କରିଛନ୍ତି। ଏହା ସହିତ ସେ ‘‘ମହାରାଣୀ କାମିଲା’ ଭାବରେ ପରିଚିତ ହେବେ।
କିଙ୍ଗ ଚାଲର୍ସ ତୃତୀୟଙ୍କ ରାଜାଭିଷେକ କାର୍ଯ୍ୟକ୍ରମ ମେ’ ୬ରେ ଓ୍ବେଷ୍ଟମିନିଷ୍ଟର ଆବେରେ ଅନୁଷ୍ଠିତ ହେବ। ଏହି ସମୟ ଉଭୟଙ୍କୁ ମୁକୁଟ ପିନ୍ଧାଯିବ। ଏହି ଉତ୍ସବ ପାଇଁ ନିମନ୍ତ୍ରଣ କାର୍ଡ କାମିଲାଙ୍କ ନାମ ସହିତ ‘ମହାରାଣୀ’ ଶବ୍ଦ ବ୍ୟବହାର କରାଯିବ।