Categories: ଜାତୀୟ

ମଦ ମାଫିଆଙ୍କ ବିରୋଧରେ ଅଭିଯାନ,ମାଓବାଦୀ ପ୍ରବଣ ଅଞ୍ଚଳରେ ବାଇକ୍‌ରେ ଚଢ଼ାଇ କରୁଛନ୍ତି ମନ୍ତ୍ରୀ…

ରାଞ୍ଚି,୧।୮ : ଝାଡ଼ଖଣ୍ଡ ସରକାରଙ୍କ ପକ୍ଷରୁ ମଦ ମାଫିଆଙ୍କ ବିରୋଧରେ ଅଭିଯାନ ଜାରି ରହିଛି। ବେଆଇନ ଭାବେ ମଦ ପ୍ରସ୍ତୁତ କରୁଥିବା ଲୋକଙ୍କ ବିରୋଧରେ ରାଜ୍ୟ ଅବକାରୀ ମନ୍ତ୍ରୀ ଜଗନ୍ନାଥ ମହାତୋ ସ୍ବତନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ନିଜେ ବାଇକରେ ବସି ମଦ ମାଫିଆଙ୍କ ଉପରେ ଚଢ଼ାଉ କରୁଥିବାର ଦେଖିବାକୁ ମିଳୁଛି। ସେ କହିଛନ୍ତି ଯେ ଏହି ଅଭିଯାନକୁ ବନ୍ଦ କରିବାକୁ ଦିଆଯିବ ନାହିଁ। ମାଓବାଦୀ ପ୍ରବଣ ଅଞ୍ଚଳ ସମ୍ପର୍କରେ ଅଧିକାରୀଙ୍କ ଚେତାବନୀ ସତ୍ତ୍ୱେ ସେ ଚଢ଼ାଉ ନେତୃତ୍ୱ ଜାରି ରଖିବେ। ମନ୍ତ୍ରୀ ନିଜ ଚଢ଼ାଉର ଫଟୋ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରି ଏହି କାର୍ଯ୍ୟ ବିଷୟରେ କହିଛନ୍ତି।

ମଦ ନଷ୍ଟ ହେବାର ଭିଡିଓ ସହିତ ମନ୍ତ୍ରୀ ଲେଖିଛନ୍ତି ଯେ ଏହି ଅଭିଯାନ ବର୍ତ୍ତମାନ ବନ୍ଦ ହେବ ନାହିଁ। ବର୍ତ୍ତମାନ ଏହା ବିହାର ରାଜ୍ୟ ସୀମାକୁ ଲାଗିଥିବା ଚମ୍ପାରଣ ବ୍ଲକର ଏହି ଗ୍ରାମଗୁଡିକରେ ବେଆଇନ ମଦ କାରବାରକୁ ଅନୁମତି ଦିଆଯିବ ନାହିଁ। ମହାତୋ ଲେଖିଛନ୍ତି, ମୋର ଅଧିକାରୀମାନେ ମୋତେ ଅନେକ ଥର କହିଛନ୍ତି ଯେ ସାର୍‌ ଆପଣ ଜଣେ ମନ୍ତ୍ରୀ, ଚଢ଼ାଉ କରିବାକୁ ଯାଆନ୍ତୁ ନାହିଁ, ଏହି ଅଞ୍ଚଳ ଭଲ ନୁହେଁ, ମାଓବାଦୀ ପ୍ରବଣ। ଗଣତନ୍ତ୍ରର ମନ୍ଦିର ବିଧାନସଭାରେ ମୋତେ ଉତ୍ତର ଦେବାକୁ ପଡିବ ଏବଂ ମୁଁ ସତ୍ୟ ଲୁଚାଇବାକୁ ଚାହେଁ ନାହିଁ। ସତ୍ୟ କ’ଣ, ଏହା ଆପଣଙ୍କ ସାମ୍ନାରେ ଅଛି।

Share