Categories: ଜାତୀୟ

ପଞ୍ଜାବରେ ଆଜି ପ୍ରଚାର ଶେଷ

ଚଣ୍ଡିଗଡ଼,୧୮ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଯୋରସୋରରେ ଚାଲିଛି । ଶୁକ୍ରବାର ପ୍ରଚାର ଶେଷ ହେଉଥିବା ବେଳେ ସବୁ ରାଜନୌତିକଦଳ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଶାସକ କଂଗ୍ରେସ ପକ୍ଷରୁ ପ୍ରଚାର ଯୋର ସୋରରେ କରାଯାଉଛି । ଲଗାତାର ରାଲି ଓ ଜନସଭା ମାଧ୍ୟମରେ ଲୋକଙ୍କୁ ନିଜ ଆଡକୁ ଆଣିବାକୁ ଚେଷ୍ଟା କରୁଛି ଦଳ । ଏହାରି ଭିତରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଅଟାରୀରେ ଏକ ଜନସଭାକୁ ଉଦବୋଧନ ଦେଇଛନ୍ତି । ସେଠାରେ ସେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ଲାଗି ପ୍ରଚାର କରିଛନ୍ତି ।
ନିର୍ବାଚନ ପ୍ରଚାର ଚାପରୁ ସାମାନ୍ୟ ହାଲକା ହେବା ଲାଗି ସେ ଯୁବକମାନଙ୍କ ସହ ଫୁଟବଲ ଖେଳୁଥିବା ଦେଖାଯାଇଛି । ଏହି ମ୍ୟାଚର ଏକ ଭିଡିଓ ଚନ୍ନି ନିଜେ ଶେୟାର କରିଛନ୍ତି । ଏଥିରେ ଦେଖାଯାଇଛି ଚନ୍ନି ପିଲାମାନଙ୍କ ସହ ଫୁଟବଲର ମଜା ନେଉଛନ୍ତି । ଏହି ଭିଡିଓ ଶେୟାର କରିବା ସହ ସେ ଲଖିଛନ୍ତି ଅଟାରୀ ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ ଯୁବକଙ୍କ ସହ ଫୁଟବଊ ଖେଳ ।
ସେହିପରି କଂଗ୍ରେସର ଷ୍ଟାର ପ୍ରଚାରକ ଭାବେ ବି ରାହୁଲ ଗାନ୍ଧୀ ପଞ୍ଜାବ ବିଧାନସଭା ନିର୍ବାଚନର ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭାର ୧୧୭ ଆସନ ପାଇଁ ଶୁକ୍ରବାର ପ୍ରଚାର ଶେଷ ହେବ । ରବିବାର ଅର୍ଥାତ୍ ଫେବୃୟାରୀ ୨୦ରେ ମତଦାନ କରାଯିବ ।

Share