ପଞ୍ଚମ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର: ରବିବାର ଅମେଠି-ପ୍ରୟାଗରାଜ ସମେତ ୧୨ଜିଲାରେ ୬୧ଆସନରେ ହେବ ଭୋଟିଂ

ଲକ୍ଷ୍ନୌ,୨୬।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ ୨୭ରେ ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ଶୁକବ୍ରାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨ଟି ଜିଲାରେ ୬୧ଆସନରେ ମତଦାନ ହେବାକୁ ଯାଉଛି। ପ୍ରୟାଗରାଜ, ଅମେଠୀ, ସୁଲତାନପୁର, ଚିତ୍ରକୁଟ, ଗୋଣ୍ଡା, ବହରାଇଚ, ଶ୍ରୀବସ୍ତି, ରାଏବରେଲୀ, ପ୍ରତାପଗଢ଼, କୋଶାମ୍ବି ଓ ବାରାବାଙ୍କୀ ଜିଲାରେ ରବିବାର ମତଦାନ ହେବ। ୫ମ ପର୍ଯ୍ୟାୟରେ ମୋଟ ୬୯୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ୬୧ଟି ଆସନରୁ ପ୍ରାୟ ୨.୨୪କୋଟି ଜନତା ନିଜର ମତଦାନ ସାବ୍ୟସ୍ତ କରିବେ।

 

Share