Posted inଜାତୀୟ

ସରିଲା ପ୍ରଚାର: ରାହୁଲଙ୍କ ୨ ଗୁଣା ରାଲି କରିଥିଲେ ମୋଦି

ନୂଆଦିଲ୍ଲୀ, ୩୧।୫: ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ଶନିବାର ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏଥିସହିତ ଲୋକ ସଭା ନିର୍ବାଚନର ପ୍ରଚାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀଙ୍କ ସମେତ ବିଭିନ୍ନ ଦଳର ନେତା ଶେଷ ଭାଗରେ ଜୋର୍‌ଦାର ପ୍ରଚାର କରିଥିଲେ। ସପ୍ତମ ପର୍ଯ୍ୟାୟରେ ୭ ରାଜ୍ୟ ଏବଂ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ୫୭ ଆସନରେ ମତଦାନ ହେବ।

ଏହି ପର୍ଯ୍ୟାୟରେ ୯୦୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି। ଉତ୍ତରପ୍ରଦେଶର ୧୩ ଲୋକ ସଭା ଆସନ ସମେତ ପଶ୍ଚିମବଙ୍ଗର ୯, ବିହାରର ୮, ଓଡ଼ିଶାର ୬, ହିମାଚଳପ୍ରଦେଶର ୪, ଝାଡ଼ଖଣ୍ଡର ୩ ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ଶନିବାର ଭୋଟିଂ ହେବାକୁ ଯାଉଛି। ଜୁନ୍‌ ୪ରେ ଭୋଟଗଣନା କରାଯିବ। ଇତିମଧ୍ୟରେ ୬ ପର୍ଯ୍ୟାୟରେ ୨୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୮୬ ଆସନରେ ମତଦାନ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୬୬.୧୪% ମତଦାନ ହୋଇଥିବାବେଳେ ଦ୍ୱିତୀୟରେ ୬୬.୧୭%, ତୃତୀୟରେ ୬୫.୬୮%, ଚତୁର୍ଥରେ ୬୯.୧୬%, ପଞ୍ଚମରେ ୬୨.୨% ଏବଂ ଷଷ୍ଠ ପର୍ଯ୍ୟାୟରେ ୬୩.୩୬% ମତଦାନ ହୋଇଥିଲା।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାଜପା ନେତାମାନେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟର ନେତାମାନଙ୍କୁ ଦୁର୍ନୀତିଗ୍ରସ୍ତ, ହିନ୍ଦୁ ବିରୋଧୀ ଏବଂ ଲୁଟ୍‌, ତୁଷ୍ଟୀକରଣ ତଥା ବଂଶବାଦ ରାଜନୀତିରେ ସମ୍ପୃକ୍ତ ବୋଲି ଅଭିଯୋଗ କରିଥିଲେ। ମୋଦି ୨୦୬ ରାଲି ଓ ରୋଡ୍‌ଶୋ’ରେ ଯୋଗଦେଇ ଦଳ ପାଇଁ ପ୍ରଚାର କରିଥିଲେ। ଗୁରୁବାର ପଞ୍ଜାବର ହୋଶିଆରପୁରରେ ରାଲି ସହ ତାଙ୍କର ପ୍ରଚାର ଶେଷ ହୋଇଛି। ଏହା ପରେ ସେ ଗୁରୁବାର ସନ୍ଧ୍ୟାରେ ତାମିଲନାଡୁର କନ୍ୟାକୁମାରୀରେ ପହଞ୍ଚତ୍ ବିବେକାନନ୍ଦ ରକ୍‌ ସ୍ମାରକୀରେ ୨ ଦିନ ପାଇଁ ଧ୍ୟାନରେ ବସିଛନ୍ତି। ଭାଜପାର ବହୁ କେନ୍ଦ୍ରମନ୍ତ୍ରୀ ଓ ଏହି ଦଳ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ମାରାଥନ ପ୍ରଚାର କରିଥିଲେ।

୧୦୭ଟି ରାଲି ଓ ରୋଡ୍‌ଶୋ’ରେ ଯୋଗଦେଇଥିବାବେଳେ ତାଙ୍କ ଭଉଣୀ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୧୦୮ଟି ରାଲି ଓ ରୋଡ୍‌ଶୋ’ କରିଥିଲେ। ଭାଜପାକୁ ହରାଇ କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ମେଣ୍ଟକୁ କ୍ଷମତାକୁ ଆଣିବା ପାଇଁ ସେମାନେ ଜୋର୍‌ଦାର ଉଦ୍ୟମ କରିଥିଲେ। ଶେଷ ଦିନରେ ରାହୁଲ ପଞ୍ଜାବରେ ପ୍ରଚାର କରିଥିବାବେଳେ ପ୍ରିୟଙ୍କା ହିମାଚଳପ୍ରଦେଶର ସୋଲାନରେ ରୋଡ୍‌ଶୋ’ କରିଥିଲେ। ୨ ସପ୍ତାହ ହେଲା ପ୍ରିୟଙ୍କା ରାଏବରେଲିରେ ରହି ରାହୁଲଙ୍କ ପାଇଁ ପ୍ରଚାର କରିବା ସହ ଅମେଠିରେ ମଧ୍ୟ ପ୍ରଚାରର ମଙ୍ଗ ଧରିଥିଲେ।

ସେହିପରି କଂଗ୍ରେସରୁ ଖାର୍ଗେଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ପ୍ରଚାରକୁ ଜୋର୍‌ଦାର କରିଥିଲେ। ବିରୋଧୀ ଇଣ୍ଡିଆ ମେଣ୍ଟର ଅନ୍ୟ ପ୍ରମୁଖ ନେତାମାନେ ମଧ୍ୟ ବିଭିନ୍ନ ରାଜ୍ୟରେ ରାଲି କରି ସେମାନଙ୍କ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିଥିଲେ। ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅନ୍ତରୀଣ ଜାମିନରେ ଆସି ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ପାଇଁ ଜୋର୍‌ଦାର ପ୍ରଚାର କରିଥିଲେ। ସେ ୬୭ଟି ରାଲି ଓ ରୋଡ୍‌ ଶୋ’ରେ ଭାଗ ନେଇଥିଲେ। ଶେଷ ଦିନରେ ସେ ପଞ୍ଜାବର ୧୩ ଆସନରେ ଆପ୍‌ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ଭୋଟରମାନଙ୍କୁ ଅପିଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri