Categories: ଜାତୀୟ

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଆସନରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ଭୋଟ ହେତୁ ବୁଧବାର (୧୭ ଏପ୍ରିଲ ୨୦୨୪) ସା ୬ଟାରେ ନିର୍ବାଚନ ପ୍ରଚାର ବନ୍ଦ ହୋଇଯାଇଥିଲା। ଭୋଟ ଦେବାର ୪୮ ଘଣ୍ଟା ପୂର୍ବରୁ ଏହି ଅଞ୍ଚଳରେ ରୋଡ ଶୋ, ସାଧାରଣ ସଭା ଏବଂ ଶୋଭାଯାତ୍ରା ପରି ସମସ୍ତ କାର୍ଯ୍ୟକ୍ରମ ନିଷେଧ।
ଦେଶରେ ୧୮ତମ ଲୋକ ସଭା ନିର୍ବାଚନରେ ଭୋଟ ଦେବାକୁ ୨୪ଘଣ୍ଟାରୁ କମ ସମୟ ବାକି ଅଛି। ଏପ୍ରିଲ ୧୭ରେ ନିର୍ବାଚନ ପ୍ରଚାର ଶେଷ ହେବା ପରେ ନିରବତା ଅବଧି ବା ସାଇଲେନ୍ସ ପରିୟଡ କାର୍ଯ୍ୟକାରୀ ହୋଇଛି। ତେବେ ଏହି ନୀରବତା ଅବଧି କ’ଣ ଏବଂ ଭୋଟ ଶେଷ ହେବା ପରେ କ’ଣ ହୁଏ।
ଭୋଟ ଦେବାର ୪୮ ଘଣ୍ଟା ପୂର୍ବର ସମୟ ସାଇଲେଣ୍ଡ ପିରିୟଡ ଭାବରେ ଜଣାଶୁଣା। ଏହି ଅବଧି ମଧ୍ୟରେ କୌଣସି ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ପ୍ରଚାର କରିବାକୁ ଅନୁମତି ଦିଆଯାଇ ନାହିଁ। ଲୋକ ପ୍ରତିନିଧୀ ଅଧିନିୟମ, ୧୯୫୧ର ଧାରା ୧୨୬ ଅନୁଯାୟୀ, ଭୋଟ ପରେ ଏହି ସମୟ ସୀମା ଶେଷ ହୋଇଯାଇଥାଏ।
ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ପ୍ରାର୍ଥୀମାନେ ଏହି ୪୮ ଘଣ୍ଟା ମଧ୍ୟରେ ଆଦୌ ପ୍ରଚାର କରିପାରିବେ ନାହିଁ କି। ଇସିଆଇ ଅନୁଯାୟୀ, ସାଇଲେନ୍ସ ପିରିୟଡରେ ଘର ଘର ବା ଡୋର ଟୁଡେଶର ଟାଇ ନିର୍ବାଚନ ପ୍ରଚାରକୁ ଅନୁମତି ଦିଆଯାଇଛି।

Share