ସଂଶୋଧନ ହୋଇପାରିବ ଟିକା ପ୍ରମାଣପତ୍ର ତ୍ରୁଟି

ନୂଆଦିଲ୍ଲୀ, ୧୦ା୬: ଟିକା ନେଇଥିବା ବ୍ୟକ୍ତିଙ୍କ ପ୍ରମାଣପତ୍ରରେ କୌଣସି ତ୍ରୁଟି ଥିଲେ ଏଣିକି ସେମାନେ କୋଓ୍ବିନ୍‌ ଆପ୍‌ ଯୋଗେ ତାହାକୁ ସଂଶୋଧନ କରିପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ କୋଓ୍ବିନ୍‌ ଆପ୍ଲିକେଶନରେ ନୂଆ ଫିଚର ଆଣିଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକାଶ ଶୀଲ କହିଛନ୍ତି। ଟିକାକରଣ ପରେ ନାଁ, ଜନ୍ମ ବର୍ଷ, ଲିଙ୍ଗ ଆଦି ତଥ୍ୟରେ କୌଣସି ଭୁଲ୍‌ ରହିଥିଲେ ସେମାନେ http://cowin.Gov.Inକୁ ଯାଇ ସମସ୍ୟା ଜଣାଇପାରିବେ ବୋଲି ସେ ଆରୋଗ୍ୟସେତୁ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ କରିଛନ୍ତି।

Share