ଗୁଳି ଗୋଳା ଗର୍ଜନ ଭିତରରେ ବି ୟୁକ୍ରେନ ଛାଡି ପାରୁ ନାହାନ୍ତି ଜଣେ ଭାରତୀୟ

କ୍ୱିଭ,୭ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୧ ଦିନ ବିତିଗଲାଣି । ଯୁଦ୍ଧ ଭୂମି ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ କେନ୍ଦ୍ର ସରକାର ଅପରେଶନ ଗଙ୍ଗା ମାଧ୍ୟମରେ ଉଦ୍ଧାର କରି ଚାଲିଛନ୍ତି । ରବିବାର ୧୧ ବିମାନରେ ୟୁକ୍ରେନର ପଡୋଶୀ ଦେଶରୁ ୨,୧୩୫ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ୨୬ ଫେବୃୟାରୀରୁ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଏବେ ସୁଦ୍ଧା ପାଖାପାଖି ୧୬ ହଜାର ଭାରତୀୟ ସ୍ୱଦେଶ ଫେରି ଆସିଲେଣି ।
ଏହାରି ଭିତରେ ୟୁକ୍ରେନର ମୋଗା ୱାରଜୋନରେ ରହୁଥିବା ଜଣେ ଭାରତୀୟ ଗଗନ ନାରଙ୍ଗ ୟୁକ୍ରେନ୍ ଛାଡି ଭାରତ ଆସିପାରୁ ନାହାନ୍ତି । ଅସଲ କଥା ହେଲା ଗଗନଙ୍କ ପତ୍ନୀ ଏବେ ଗର୍ଭବତୀ ଏହାସହ ସେ ଜଣେ ୟୁକ୍ରେନ୍ ନାଗରିକ । ତେଣୁ ଗଗନ ଭାରତୀୟ ହୋଇଥିଲେ ବି ଯେହେତୁ ତାଙ୍କ ପତ୍ନୀ ୟୁକ୍ରେନ ବାସିନ୍ଦା ତେଣୁ ସେ ଅପରେଶନ ଗଙ୍ଗାରେ ସାମିଲ ହୋଇ ପାରୁ ନାହାନ୍ତି । କାରଣ ଅପରେଶନ ଗଙ୍ଗାରେ କେବଳ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଉଛି । ହେଲେ ଏହି ସମୟରେ ଗର୍ଭବତୀ ସ୍ତ୍ରୀ, ଗୋଟିଏ ଝିଅ ଓ ଶାଶୁଙ୍କୁ ଛାଡି ସେ ଭାରତ ଆସି ପାରୁ ନାହାନ୍ତି ବୋଲି କହିଛନ୍ତି । ଏପଟେ ଅପରେଶନ ଗଙ୍ଗା ତା’ର ଅନ୍ତିମ ଭାଗରେ ପହଞ୍ଚିଲାଣି । ମୋଗା ୟୁକ୍ରେନର ୱାରଜୋନ ହୋଇଥିବା ବେଳେ ଏବେ ଗଗନ ପରିବାର ସହ ମୋଗା ଛାଡି ଦେଇଛନ୍ତି । ଗଗନ କୁହନ୍ତୁ ସେ ୟୁକ୍ରେନର ବୁଚ୍ଚା ଅଞ୍ଚଳରେ ରହୁଥିଲେ । ହେଲେ ଏହା ରୁଷିଆ ଓ ୟୁକ୍ରେନ ସେନାଙ୍କ ଫାୟାରିଂ ହବ ହୋଇଥିବା ବେଳେ ଆମେ ବଡ କଷ୍ଟରେ ସେଠାରୁ ବାହାରି ଚାଲି ଆସିଛୁ । ଆଉ ଏବେ ଗଗନ ୟୁକ୍ରେନର ଆଉ ଏକ ସହର ଲବିବରେ ରହୁଥିବା କହିଛନ୍ତି ।

Share