ପୁଣି ଆଇଏଏସ ପଦବୀକୁ ଫେରିବେ କି ପାଣ୍ଡିଆନ, ଜାଣନ୍ତୁ ନିୟମରେ କ’ଣ ରହିଛି…

ଭୁବନେଶ୍ୱର,୮।୬: ଦେଶର ଅନେକ ଲୋକ IAS ଅଧିକାରୀ ହେବାର ସୱପ୍ନ ଦେଖିଥା’ନ୍ତି, କିନ୍ତୁ ଖୁବ କମ ଏହି ସ୍ବପ୍ନକୁ ପୂରଣ କରିବାରେ ସକ୍ଷମ ହୁଅନ୍ତି। ସିଭିଲ ସର୍ଭିସ କ୍ଷେତ୍ରରେ ଜଣେ ଆଇଏଏସ ଅଧିକାରୀ ପଦବୀ ସବୁବେଳେ ସର୍ବୋଚ୍ଚ ଏବଂ ସମ୍ମାନିତ ହୋଇଥାଏ। ତେଣୁ, UPSC ସିଭିଲ ସର୍ଭିସେସ ପରୀକ୍ଷା ଦେଉଥିବା ପ୍ରତ୍ୟେକ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜଣେ IAS ଅଧିକାରୀ ହେବାକୁ ଚାହିଁଥା’ନ୍ତି। କିନ୍ତୁ ଏହି ସ୍ବପ୍ନ ପୂରଣ କରିବା ବଡ଼ କଷ୍ଟ ହୋଇପଡେ।

ପ୍ରତିବର୍ଷ କେବଳ ୧୮୦ଜଣ ପରୀକ୍ଷାର୍ଥୀ IAS ଅଧିକାରୀ ପଦ ହାସଲ କରିବାରେ ସଫଳ ହୋଇପାରନ୍ତି। ତେବେ ଜଣେ ଆଇଏଏସ ପଦ ଛାଡିବା ପରେ ପୁଣିଥରେ କ’ଣ ସେଇ ପଦବୀ ପାଇପାରିବେ। ଆସନ୍ତୁ ଜାଣିବା।

ଆମ ଦେଶରେ କୁହାଯାଏ ଯେ, IAS ହେବା ଯେତିକି କଷ୍ଟ, ପଦ ଛାଡିବା ସେତିକି କଷ୍ଟକର। IAS ପଦରୁ ଇସ୍ତଫା ଦେବା ଏତେ ସହଜ ନୁହେଁ । ଏହାର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଯେ ଯେତେବେଳେ ଜଣେ ଆଇଏଏସ ନିଜ ଇଚ୍ଛାରେ ଏଥିରୁ ଇସ୍ତଫା ଦିଅନ୍ତି, ସେତେବେଳେ ତାଙ୍କ ଇସ୍ତଫା ପତ୍ର ଏତେ ସହଜରେ ଗ୍ରହଣୀୟ ହୁଏନାହିଁ। ଏହା ବ୍ୟତୀତ, ସେ ତାଙ୍କ କାର୍ଯ୍ୟକାଳ ସମୟରେ ଯଦି ଭଲ କାମ କରୁଥା’ନ୍ତି ତେବେ ତାଙ୍କ ଇସ୍ତଫା ଗ୍ରହଣ କରିବା ଅଧିକ କଷ୍ଟକର ହୋଇପଡେ। କାରଣ ସରକାର ନିଜର କର୍ତ୍ତବ୍ୟଶୀଳ ତଥା ଦକ୍ଷ ଅଧିକାରୀଙ୍କୁ ହରାଇବାକୁ ଚାହିଁ ନ ଥାନ୍ତି। ଏହି ଅଧିକାରୀମାନେ ସେବାରେ ରହି ସମାଜସେବା କରନ୍ତୁ ବୋଲି ସରକାର ଆଶା କରନ୍ତି।

ଯଦି କେହି ଆଇଏଏସ ଅଧିକାରୀ ଇସ୍ତଫା ଦେବାକୁ ଚାହାନ୍ତି ତେବେ ତାଙ୍କୁ ଏକ ବଳିଷ୍ଠ ଯୁକ୍ତି ରଖିବାକୁ ପଡିବ। ଉଦାହରଣ ସ୍ବରପ ଆଇଏଏସ କନ୍ନନ ଗୋପୀନାଥନ, ଯିଏ ବ୍ୟକ୍ତିଗତ କାରଣରୁ ସେବାରୁ ଇସ୍ତଫା ଦେଇଥିଲେ। କିନ୍ତୁ ଦୀର୍ଘ ଦିନ ଧରି ତାଙ୍କ ଇସ୍ତଫା ଗ୍ରହଣ କରାଯାଇ ନ ଥିଲା। ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଇସ୍ତଫା ଦେବାବେଳେ ସେ ସେବା ଛାଡିବାର କୌଣସି ଠୋସ କାରଣ ଦେଇ ନ ଥିଲେ।

ଜଣେ IAS ଅଧିକାରୀ ଇସ୍ତଫା ଦେବା ପରେ ପୁନର୍ବାର ସେବାରେ ଯୋଗ ଦେଇପାରିବେ କି? ତେବେ ସେହି କର୍ମଚାରୀ ତାଙ୍କ କାର୍ଯ୍ୟ ଏବଂ ସରକାରଙ୍କ ଉପରେ ନିର୍ଭର କରିଥାଏ। କେରଳରେ ବନ୍ୟା ସମୟରେ ଆଇଏଏସ କନ୍ନନ ଗୋପୀନାଥନ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ, ଏହି କାରଣରୁ ତାଙ୍କୁ ପୁନର୍ବାର ସେବାରେ ଯୋଗଦେବାକୁ କୁହାଯାଇଥିଲା। ତେବେ ସେ ସେବାରେ ଯୋଗଦେବାକୁ ମନା କରିଦେଇଥିଲେ। କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେହି ଆଇଏଏସ ପୁନର୍ବାର ସେବାରେ ଯୋଗ ଦେଇପାରିବ।

ତେବେ ଏଠି କଥା ଉଠୁଛି ଆଜି ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିବା kartik pandian ଙ୍କ ଉପରେ। ରବିବାର ପାଣ୍ଡିଆନ ବିଧିବଦ୍ଧ ଭାବେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। IAS ଚାକିରିରୁ ଭିଆରଏସ ନେଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ କାର୍ତ୍ତିକ ପାଣ୍ଡିଆନ । ଦଳର ଫ୍ରଣ୍ଟ ଲାଇନରେ ରହି ନିର୍ବାଚନ ପରିଚାଳନା କରୁଥିଲେ । ରାଜ୍ୟ ସାରା ବିଜେଡି ପକ୍ଷରୁ କ୍ୟାମ୍ପେନିଂ କରୁଥିଲେ । କିନ୍ତୁ ଦଳ ୨୪ ବର୍ଷ ପରେ ଶୋଚନୀୟ ପରାଜୟ ବରଣ କରିଥିଲା । ଆଉ ଦଳ ପରାଜୟର କାରଣ କେବଳ ପାଣ୍ଡିଆନ ବୋଲି ଅନେକ ଦଳୀୟ କର୍ମୀ ଖୋଲାଖୋଲି ଭାବେ ଅସନ୍ତୋଷ ଝାଡିଥିଲେ । ତେଣୁ ସେ ବିଧିବଦ୍ଧ ଭାବେ ରାଜନୀତି ଛାଡିଛନ୍ତି। ଏହାପରେ ସେ ଆଇଏଏସ ଯୋଗ ଦେବେ କି ନାହିଁ କାହା ଦେଖିବା ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri