Categories: ଜାତୀୟ

ନାବାଳକ ଅଙ୍ଗଦାନ କରିପାରିବେ କି ? ପିତାଙ୍କ ଲାଗି ପୁତ୍ରଙ୍କୁ ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି…

ନୂଆଦିଲ୍ଲୀ, ୧୦।୯ : ନାବାଳକ ଅଙ୍ଗଦାନ କରି ପାରିବେ କି ନାହିଁ ସେନେଇ ସୁପ୍ରିମ୍‌କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଗୁରୁତର ଅସୁସ୍ଥ ଥିବା ପିତାଙ୍କ ଲାଗି ଲିଭର ଦାନ କରିବାକୁ ଶୀର୍ଷକୋର୍ଟ ନାବାଳକ ପୁତ୍ରଙ୍କୁ ଅନୁମତି ଦେବା ଲାଗି ଏକ ରିଟ୍‌ ପିଟିଶନର ବିଚାର କରି କୋର୍ଟ ଏନେଇ ନୋଟିସ ଜାରି କରିଛନ୍ତି।

ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ସ୍ଥିତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାରଙ୍କୁ ଏନେଇ ନୋଟିସ ଜାରି କରିଛନ୍ତି। ଏହା ସହିତ ମାମଲାର ଶୁଣାଣି ସୋମବାର ସେପ୍ଟେମ୍ବର ୧୨ରେ କରିବାକୁ ସୂଚୀବଦ୍ଧ କରିଛନ୍ତି। ମାନବ ଅଙ୍ଗଦାନ ଅଧିନିୟମ ୧୯୯୪ ଅନୁସାରେ ସାବାଳକମାନେ ହିଁ ଅଙ୍ଗଦାନ କରିପାରିବେ। ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ବିଭାଗକୁ ଧାର୍ଯ୍ୟ ଦିନ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପିତାଙ୍କ ଲିଭର ଖରାପ ଥିବାରୁ ନାବାଳକ ପୁତ୍ର ଅଙ୍ଗଦାନ ଲାଗି ଉଛା ପ୍ରକଟ କରିଥିଲେ। ତେବେ ଏହାକୁ ବାରଣ କରାଯାଇଥିଲା। ଶେଷରେ ସେ ଶୀର୍ଷକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share