ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା ସାଙ୍ଗକୁ ଦଳୀୟ ଉତ୍ତରୀୟ ଦେଇ ଭବ୍ୟ ସ୍ବାଗତ କରିଥିଲେ। ଅନ୍ୟପକ୍ଷେ ଟିକେଟ କଟିବା ପରେ କିଛି ଦିନ ପରେ ପ୍ରବୋଧ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ତଳସରା ବିଧାନସଭା ଆସନ ପାଇଁ ପ୍ରଥମେ କଂଗ୍ରେସ ପ୍ରବୋଧଙ୍କୁ ଟିକେଟ ଦେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଟିକେଟ କାଟି ଦିଆଯାଇଥିଲା। ଏପରିକି ପ୍ରାର୍ଥୀ ବଦଳାଇ ଦେବାରୁ ସେ କାନ୍ଦିଥିଲେ।

ଗୁରୁବାର ସୋନପୁରଠାରେ ଭାଜପାର ବିଜୟ ସଂକଳ୍ପ ସଭାରେ ଅମିତ ଶାହାଙ୍କ ଗସ୍ତ ସମୟରେ ପ୍ରବୋଧ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଭାଜପା ସଭାପତି ଏବଂ ବଲାଙ୍ଗୀର ଏମ୍‌ପିଙ୍କ ସମେତ ରାଜ୍ୟ ଭାଜପା ନେତୃବୃନ୍ଦ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଭାଜପାରେ ପ୍ରବୋଧ ସାମିଲ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ପ୍ରବୋଧଙ୍କୁ ଦଳ କେଉଁ ଆସନରୁ ଟିକେଟ ଦେବ ସେନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି।

Share