ର୍ୟୁବିକ୍ କ୍ୟୁବ୍ ସମାଧାନ କରିବା କେତେ କଷ୍ଟ ସମସ୍ତେ ଜାଣନ୍ତି। ହେଲେ କେତେଜଣ ଥାଆନ୍ତି ଯେଉଁମାନେ ବେଶ୍ ସରଳତାର ସହ ଏହାକୁ ସମାଧାନ କରିପାରନ୍ତି। ତେବେ ସମାନେ କେବଳ ହାତ ସାହାଯ୍ୟରେ ସମାଧାନ କରୁଥିବା ଦେଖିଥିବେ। ହେଲେ ବାଙ୍ଗାଲୁରର ୮ ବର୍ଷୀୟ ବାଳକ ଆର୍ଥବ ଆର୍ ଭଟ୍ଟ ଏକା ସମୟରେ ଉଭୟ ହାତ ଓ ପାଦରେ ଦୁଇଟି କ୍ୟୁବ୍ ସମାଧାନ କରିପାରନ୍ତି। ଏଭଳି କାରନାମା କରି ସେ ଗିନିଜ ଓ୍ବାର୍ଲଡ ରେକର୍ଡସ୍ରେ ବି ସ୍ଥାନ ପାଇପାରିଛନ୍ତି। ଆର୍ଥବ ଦେଢ ମିନିଟରେ ତିନୋଟି କ୍ୟୁବ୍ ସମାଧାନ କରି ଉକ୍ତ ରେକର୍ଡ କରିଛନ୍ତି। ହାତ ସାହାଯ୍ୟରେ ଏତିକି ସମୟରେ କ୍ୟୁବ୍ ସମାଧାନ କରିବା ଅନେକଙ୍କୁ ଅସମ୍ଭବ ମନେହୋଇଥାଏ। କିନ୍ତୁ ଆର୍ଥବ ଏହାକୁ ଏକାସାଙ୍ଗରେ ଉଭୟ ହାତ ଓ ପାଦରେ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।