Categories: ଖେଳ

୪୩ ବର୍ଷର ରେକର୍ଡ ଭାଙ୍ଗିପାରିବ କି ଟିମ୍‌ ଇଣ୍ଡିଆ

ସିଡନୀ,୫।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଜାନୁଆରୀ ୭ରୁ ଅଷ୍ଟ୍ରେଲିଆରେ ସିଡନୀରେ ଖେଳାଯିବ। ମେଲବୋନର୍ର୍ ଟେଷ୍ଟରେ ଆୟୋଜକ ଦଳକୁ ହରାଇଥିବା ଟିମ ଇଣ୍ଡିଆ ସିରିଜକୁ ୧-୧ରେ ବରାବର କରିଛି। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କେ ରାହାନେ ବ୍ରିଗେଡ ତୃତୀୟ ଟେଷ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଗୁରୁବାର ଠାରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ ପୂର୍ବରୁ ଆସନ୍ତୁ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ (ଏସସିଜି) ଭାରତୀୟ ଦଳର ରେକର୍ଡକୁ ଦେଖିବା।
ସିଡନୀରେ ଭାରତର ରେକର୍ଡ ଭଲ ନୁହେଁ। ଏହି ଗ୍ରାଉଣ୍ଡରେ ଭାରତୀୟ ଦଳ ପାଇଁ ଏକମାତ୍ର ବିଜୟ ୧୯୭୮ ମସିହାରେ ହାସଲ କରିଥିଲା। ବିଶନ ସିଂ ବେଦୀଙ୍କ ନେତୃତ୍ୱରେ ୪୩ ବର୍ଷ ପୂର୍ବେ ସିଡନୀରେ ହୋଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂଶ ଏବଂ ୨ ରନରେ ପରାସ୍ତ କରିଥିଲା ଭାରତୀୟ ଦଳ। ଏହି ବିଜୟ ବିଷୟରେ ବିଶେଷ କଥା ହେଉଛି ଅଷ୍ଟ୍ରେଲିଆ ମାଟିରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ସବୁଠାରୁ ବଡ ବିଜୟ (ଇନିଂସ ଦୃଷ୍ଟିରୁ)। ଏ ପର୍ଯ୍ୟନ୍ତ ଏଠାରେ (୧୯୪୭-୨୦୧୯) ଭାରତ ୧୨ଟି ଟେଷ୍ଟରେ ଅଷ୍ଟ୍ରେଲିଆକୁ ଭେଟିଛି । ଏହି ସମୟ ମଧ୍ୟରେ ଭାରତୀୟ ଦଳ କେବଳ ଗୋଟିଏ ଟେଷ୍ଟ ଜିତିଛି। ଏଥିମଧ୍ୟରୁ ୫ଟି ଟେଷ୍ଟ ହରାଇଥିବା ବେଳେ ମ୍ୟାଚ ଡ୍ର ରହିଥିଲା। ସିଡନୀ ପରେ ସିରିଜର ଶେଷ ଏବଂ ଚତୁର୍ଥ ଟେଷ୍ଟ ଜାନୁୟାରୀ ୧୫ରୁ ବ୍ରିସବେନରେ ଖେଳାଯିବ। ଯଦି ଭାରତୀୟ ଦଳ ଏହି ସିରିଜ ଜିତିବାରେ ସଫଳ ହୁଏ, ତେବେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାର ହ୍ୟାଟ୍ରିକ ସ୍କୋର କରିବାରେ ଏହା ସଫଳ ହେବ। ଭାରତ ଶେଷ ଦୁଇଟି ସିରିଜ ଜିତି ବର୍ଡର-ଗାଭାସ୍କର ଟ୍ରଫିକୁ କବଜା କରିଥିଲା । ୨୦୧୮/୧୯ ରେ ପୂର୍ବ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୨୧ ଯାଇଥିଲା ଏବଂ ଏହାପୂର୍ବରୁ ୨୦୧୬/୧୭ ରେ ଭାରତ ନିଜ ଘରେ ସମାନ ବ୍ୟବଧାନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା।