Categories: ଜାତୀୟ

ଭାରତ ସରକାରଙ୍କ ବଡ଼ ପଦକ୍ଷେପ ପରେ ଶାନ୍ତି ପାଇଁ ଅପିଲ କଲା କାନାଡ଼ା…

ନୂଆଦିଲ୍ଲୀ,୨୧।୯ : ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଖରାପ ହେବା ସହିତ ଗୁରୁବାର ଭାରତ ଆଉ ଏକ କଠୋର ପଦକ୍ଷେପ ନେଇଛି। ଏହା ଅନ୍ତର୍ଗତ ଭାରତ କାନାଡା ପାଇଁ ଭିଜା ସେବାକୁ ସ୍ଥଗିତ ରଖିଛି। କାନାଡାରୁ ଭାରତ ଆସୁଥିବା କାନାଡା ନାଗରିକଙ୍କ ପାଇଁ ଭିଜା ସେବା ସ୍ଥଗିତ ରଖାଯାଇଛି। ଏହି ଖବର ବିଏଲଏସ ଅନ୍ତର୍ଜାତୀୟ ୱେବସାଇଟରେ ପ୍ରକାଶ ପାଇଛି। ୱେବସାଇଟରେ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ମଧ୍ୟ ପୋଷ୍ଟ କରାଯାଇଛି।

ସୂଚନା ଅନୁଯାୟୀ, ଗୁରୁବାରଠାରୁ କାନାଡାରୁ ଭାରତକୁ ଭିଜା ସେବା ସ୍ଥଗିତ ରହିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେବାଗୁଡିକ ସ୍ଥଗିତ ରଖାଯାଇଛି। ଏହା ଅନ୍ତର୍ଗତ ଯେଉଁମାନେ କାନାଡାରୁ ଭିଜା ନେଇ ଭାରତ ଆସିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଭିଜା ସେବା ସ୍ଥଗିତ ରଖାଯାଇଛି।

ବିଜ୍ଞପ୍ତିରେ କୁହାଯାଇଛି, ଭାରତୀୟ ମିଶନର ଗୁରୁତ୍ୱପୂର୍ଣ୍ଣ ସୂଚନା ଆଧାରରେ ୨୧ ସେପ୍ଟେମ୍ବର ୨୦୨୩ (ଗୁରୁବାର) ଠାରୁ ଭାରତୀୟ ଭିଜା ସେବା ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଭାରତ ସରକାରଙ୍କ ବଡ଼ ପଦକ୍ଷେପ ପରେ କାନାଡ଼ା ଶାନ୍ତି ପାଇଁ ଅପିଲ କରିଛି।

Share