କାନାଡାରେ ଥମୁନାହିଁ ଶିଖଙ୍କ ଉପରେ ଆକ୍ରମଣ, ଘରେ ପସି ମହିଳାଙ୍କୁ ହତ୍ୟା

ଓଟାୱା,୧୧ ।୧୨: କାନାଡାରେ ଏବେ ଭାରତୀୟଙ୍କ ଉପରେ ଆକ୍ରମଣ କମ ହେବାର ନାଁ ନେଉନି । ଏଥିରେ ବିଶେଷ ଭାବେ ଶିଖଙ୍କୁ ଟାର୍ଗେଟ କରାଯାଉଛି । ତାଜା ସୂଚନା ଅନୁଯାୟୀ, କାନାଡାର ସର୍ରେରେ ଜଣେ ୪୦ ବର୍ଷୀୟ ମହିଳାଙ୍କୁ ତାଙ୍କ ଘରେ ପସି ଛୁରି ଭୂସି ହତ୍ୟା କରାଯାଇଛି । ରୟାଲ କାନାଡିଆ ମାଉଂଟେଡ ପୋଲିସ କହିଛି ବୁଧବାର ରାତି ପ୍ରାୟ ୯ଟା ୩୦ରେ ଏ ସମ୍ପର୍କରେ ସୂଚନା ମିଳିଥିଲା । ଏବେ ଘଟଣାର ଯାଞ୍ଚ କରାଯାଉଛି ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ମହିଳା ଜଣକ ଗୁରୁତର ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Share