Categories: ଜାତୀୟ

ଭାରତରୁ ବିମାନ ବାତିଲ କଲା ଏହି ଦେଶ

ନୂଆଦିଲ୍ଲୀ,୨୩।୪: କରୋନା ସଂକ୍ରମଣ ବର୍ତ୍ତମାନ ଚିନ୍ତା ବଢ଼ାଇଛି। ଏଭଳିସ୍ଥତିରେ ଭାରତରୁ ଯାଉଥିବା ସବୁ ଫ୍ଲାଇଟକୁ କାନାଡା ବାତିଲ କରିଦେଇଛି। କାନାଡା ଭାରତ ଉପରେ ୩୦ ଦିନର ବ୍ୟାନ୍‌ ଲଗାଇଛି। ଏପରି କି ପାକିସ୍ତାନରୁ ଯାଉଥିବା ବିମାନ ଉପରେ ମଧ୍ୟ କାନାଡା କଟକଣା ଲଗାଇଛି। ବର୍ତ୍ତମାନ ୟୁନାଇଟେଡ୍‌ ଆରବ ଏମିରେଟ୍ସ, ବ୍ରିଟେନ ଏବଂ ହଂକଂ ଭଳି ଦେଶ ଭାରତରୁ ବିମାନ ସେବାକୁ ବାତିଲ କରିଛନ୍ତି। କରୋନ ସଂକ୍ରମଣ ବଢୁଥିବାରୁ ବିମାନ କଟକଣା କଡ଼ାକଡ଼ି କରିବାକୁ ସିଙ୍ଗାପୁର ଏବଂ ଇଣ୍ଡୋନେସିଆ ମଧ୍ୟ ନିଷ୍ପତ୍ତି ନେଇଥିବା ଜଣାପଡିଛି।

Share