ଭାରତ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ବନ୍ଦ କଲା କାନାଡା, ପ୍ରଧାନମନ୍ତ୍ରୀ ଟ୍ରୁଡେ କହିଲେ ଏହି ପ୍ରକ୍ରିୟା ବହୁତ ଜଟିଳ

ଓଟାଓ୍ବା,୨।୯: କାନାଡା ଶୁକ୍ରବାର ଅପ୍ରତ୍ୟାଶିତ ଭାବରେ କହିଛି ଯେ ଭାରତ ସହ ଏକ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ବନ୍ଦ କରିଛି। ତିନିମାସ ପୂର୍ବେ ଦୁଇ ଦେଶ କହିଥିାଲ ଯେ ସେମାନେ ଚଳିତ ବର୍ଷ ପ୍ରାଥମିକ ଚୁକ୍ତିନାମା କରିବାକୁ ଲକ୍ଷ୍ୟ ରଖିଛନ୍ତି।

୨୦୧୦ରୁ କାନାଡା ଏବଂ ଭାରତ ଏକ ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ପାଇଁ ଆଲୋଚନା କରୁଛନ୍ତି। ଗତ ବର୍ଷ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ ହୋଇଥିଲା।

ଜଣେ ଅଧିକାରୀ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଆସନ୍ତା ସପ୍ତାହରେ ଭାରତ ଗସ୍ତ ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି ଯେ, ବାଣିଜ୍ୟ ବୁଝାମଣା ଦୀର୍ଘ ଏବଂ ଜଟିଳ ପ୍ରକ୍ରିୟା। ଆମେ କେଉଁଠାରେ ଅଛୁ ତାହା ଦେଖିବା ପାଇଁ ଆମେ ଏହାକୁ ବନ୍ଦ କରିଛୁ।

Share