କାନାଡାର ଅର୍ଥମନ୍ତ୍ରୀଙ୍କ ଉପରେ ଦ୍ରୁତ ଗତିରେ ଗାଡି ଚଳାଇବା ଅଭିଯୋଗ, ଲାଗିଲା ୨୦୦ ଡଲାରର ଜରିମାନା

ଓଟାଓ୍ବା,୨୩।୮: କାନାଡାର ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କୁ ଦ୍ରୁତ ଗତିରେ ଗାଡି ଚଳାଇବା ଅଭିଯୋଗରେ ୨୦୦ଡଲାରର ଜରିମାନା କରାଯାଇଛି। ମଙ୍ଗଳବାର ଜଣେ ମୁଖପାତ୍ର କହିଛନ୍ତି ଯେ କ୍ରିଷ୍ଟିଆ ଫ୍ରିଲାଣ୍ଡଙ୍କୁ ତାଙ୍କ ନିଜ ପ୍ରଦେଶରେ ଦ୍ରୁତ ଗତିରେ ଗାଡି ଜଳାଇବା ଯୋଗୁ ଜରିମାନା ହୋଇଛି।

କାନାଡାର ଅର୍ଥମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ୧୩୨ କ.ମି./ଘଣ୍ଟାରେ ଗାଡି ଚଳାଉଥିବା ବେଳେ ଧରାପଡିଥିଲେ। ଏହି ଘଟଣା କେବେ ଏବଂ କେଉଁଠାରେ ଘଟିଛି ତାହା ତାଙ୍କ ମୁଖପାତ୍ର କ୍ୟାଥରିନ ସ୍ପଷ୍ଟ କରିନାହାଁନ୍ତି।

 

Share