କାନାଡାର ଏକ କମ୍ପାନୀ ଆକସେରା ଫାର୍ମା ଭାଙ୍ଗରୁ କରୋନା ଚିକିତ୍ସା ପାଇଁ ଏକ ଔଷଧ ପ୍ରସ୍ତୁତ କରିିଛି। ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି କମ୍ପାନୀ ଦାବି କରିଛି। ଏହି ଔଷଧ କରୋନା ଯୋଗୁ ହେଉଥିବା ହୃଦ ସମ୍ବନ୍ଧୀୟ ରୋଗରୁ ମଧ୍ୟ ରକ୍ଷା କରିବ ବୋଲି କମ୍ପାନୀ କହିଛି। ଏହି ଔଷଧର ନାମ କାନାବିଡିଓଲ-ସିବିଡି। କାନାଡାର ଫାର୍ମାସ୍ୟୁଟିକାଲ କମ୍ପାନୀ କହିଛି ଯେ, ଏହି ଔଷଧର ସାଇକୋଆକ୍ଟିଭ ଗୁଣ ରହିଛି। ଏହା ବ୍ୟକ୍ତିର ସ୍ନାୟୁ ପ୍ରଣାଳୀକୁ ଆରାମ ଦେଇଥାଏ। ଏହା ଶରୀରରେ ଯନ୍ତ୍ରଣା ମଧ୍ୟ ଦୂର କରିଥାଏ। ଅନୁସନ୍ଧାନରୁ ଜଣାପଡିଛି ଯେ କରୋନା ଜୀବାଣୁ ସଂକ୍ରମିତ ଲୋକଙ୍କୁ ଏରିଥମିଆ ନାମକ ହୃଦ ରୋଗ ହୋଇଥାଏ। ଏଥିରେ ହୃଦସ୍ପନ୍ଦନ ସଠିକ ଭାବରେ କାମ କରେ ନାହିଁ। କାନାବିଡିଓଲ-ସିବିଡିରେ ମଧ୍ୟ ଆଣ୍ଟିଭାଇରାଲ ଗୁଣ ରହିଛି। ତେଣୁ ଏହା କରୋନା ଜୀବାଣୁକୁ ଭଲ କରିବାରେ ସକ୍ଷମ ବୋଲି କମ୍ପାନୀ ଦାବି କରିଛି। ନିକଟରେ ଏହି ଔଷଧର ଡାକ୍ତରୀ ରିପୋର୍ଟ ବ୍ରିଟିଶ ଜର୍ନାଲ ଅଫ ଫାର୍ମାକୋଲୋଜିରେ ପ୍ରକାଶ ପାଇଛି।