ଖଲିସ୍ତାନୀ ନେତାଙ୍କୁ ହତ୍ୟା ମାମଲାରେ ଥାଇପାରେ ଭାରତର ହାତ: କାନାଡା ପ୍ରଧାନମନ୍ତ୍ରୀ

ଓଟାଓ୍ବା,୧୯।୯: କାନାଡା ଏବଂ ଭାରତ ମଧ୍ୟରେ ମତଭେଦ ବୃଦ୍ଧି ପାଉଛି। କାନାଡା ଭାରତର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି। ଏହି ବହିଷ୍କାର ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜାର ହତ୍ୟା ମାମଲାର ତଦନ୍ତ ସହ ଜଡିତ ରହିଛି। କାନାଡା ସରକାର ଅଭିଯୋଗ କରିଛନ୍ତି ଯେ, ଭାରତୀୟ କୂଟନୀତିଜ୍ଞ ହତ୍ୟା ଘଟଣାର ହସ୍ତକ୍ଷେପ କରୁଛନ୍ତି ଏବଂ ଯେତେବେଳେ କାନାଡା ଏଜେନ୍ସି ଏହି ଘଟଣାର ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ। ନିଜାରଙ୍କ ହତ୍ୟା ପଛରେ ଭାରତ ସରକାର ଷଡଯନ୍ତ୍ର କରିଥାଇ ପାରନ୍ତି ବୋଲି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜୁନ ମାସରେ କାନାଡାର ଜଣେ ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂ ନିଜାରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କାନାଡାର ସରେର ଗୁରୁ ନାନକ ଶିଖ ଗୁରୁଦ୍ୱାର ନିକଟରେ ନିଜାରଙ୍କୁ ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା। ଭାରତୀୟ ଏଜେନ୍ସି ଏନଆଇଏ ନିଜାରଙ୍କୁ ପଳାତକ ଘୋଷଣା କରିଥିଲା ନିଜାର ଗୁରୁ ନାନକ ଶିଖ ଗୁରୁଦ୍ୱାରର ସଭାପତି ଥିଲେ ଏବଂ କାନାଡାର ଉଗ୍ରବାଦୀ ସଂଗଠନ ଶିଖ ଫର ଜଷ୍ଟିସ (ଏସ୍‌ଏଫ୍‌ଜେ) ର ମୁଖ୍ୟ ଚେହେରା ଥିଲେ। ନିଜାର ମଧ୍ୟ ଖାଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ଥିଲେ।
କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସଂସଦକୁ କହିଛନ୍ତି ଯେ, ସେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ଏହି ସମୟ ମଧ୍ୟରେ ମୁଁ ତାଙ୍କୁ କହିଥିଲି ଯେ ହତ୍ୟାକାଣ୍ଡର ତଦନ୍ତରେ ଭାରତ ସରକାରଙ୍କ କୌଣସି ସମ୍ପୃକ୍ତି ଗ୍ରହଣୀୟ ନୁହେଁ। ତଦନ୍ତରେ ସହଯୋଗ କରିବାକୁ ମୁଁ ତାଙ୍କୁ ଅନୁରୋଧ କରିଥିଲି। କାନାଡା ମାଟିରେ ଜଣେ କାନାଡା ନାଗରିକଙ୍କୁ ହତ୍ୟା କରାଯାଇଛି। ଏହାର ଅନୁସନ୍ଧାନରେ କୌଣସି ବିଦେଶୀ ସରକାରଙ୍କ ଯୋଗଦାନ ଆମର ସାର୍ବଭୌମତ୍ୱର ଉଲ୍ଲଂଘନ ଅଟେ। ତାଙ୍କ ସରକାର ନିଜେ କାନାଡା ଏଜେନ୍ସି ସହିତ କାମ କରୁଛନ୍ତି। ସରକାର ଏବଂ ଏଜେନ୍ସି ମଧ୍ୟରେ ସମନ୍ବୟ ଅଛି।

Share