ଭାରତ ସହ ବିବାଦ ବଢ଼ାଇ କାଙ୍ଗାଳ ହେଲା କାନାଡ଼ା, NATOରେ ବି କମ୍‌ ହେଲା…

ନୂଆଦିଲ୍ଲୀ,୯।୭: ୟୁଏସ୍‌ଏସ୍‌ଆର୍‌ର ଦବ୍‌ଦବା ସହ ଲଢ଼ିବା ଲାଗି ନାଟୋ ଗଠନ କରାଯାଇଥିଲା। ପରେ ଯେତେବେଳେ ୟୁଏସ୍‌ଏସ୍‌ଆର୍‌ ଭାଙ୍ଗିଥିଲା, ସେତେବେଳେ ଏହି ସଂଗଠନ ରୁଷିଆ ବିପକ୍ଷରେ ଛିଡ଼ା ହୋଇଥିଲା, ଆଜି ବି ସେହିଭଳି ରହିଛି। ଆମେରିକା ନେତୃତ୍ୱାଧୀନ ଏହି ସଂଗଠନରେ ଏହାର ପଡୋଶୀ ଦେଶ କାନାଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। କିନ୍ତୁ ନିକଟ ଅତିତରେ କାନାଡ଼ା ଏବଂ ଏହାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଧ୍ୟାନ ଭାରତ ସହ ବାଦବିବାଦ ଉପରେ ରହିଥିଲା। କାନାଡ଼ା ଲଗାତାର ଭାରତ ଛାଡ଼ି ପଳାୟନ କରିଥିବା ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି। ଏହାକୁ ନେଇ ଭାରତ ସରକାର ଚିନ୍ତା ପ୍ରକାଶ କରିଥିଲେ। ଏବେ ଏହାର ପ୍ରଭାବ କାନାଡ଼ା ଉପରେ ପଡ଼ୁଥିବା ଦେଖାଯାଉଛି। କାରଣ ଦେଶର ଅର୍ଥ ବ୍ୟବସ୍ଥା ଲଗାତାର ଭାବେ ନିମ୍ନଗାମୀ ହେଉଛି। ଏସବୁ ମଧ୍ୟରେ ୩୨ ସଦସ୍ୟ ବିଶିଷ୍ଟ ନାଟୋରେ କାନାଡ଼ା ସବୁଠାରୁ କମ୍‌ ଯୋଗଦାନ ଦେଉଥିବା ଦେଶରେ ସାମିଲ ହୋଇଛି। ଏକ ପ୍ରମୁଖ ଆମେରିକା ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି।

‘ପୋଲିଟିକୋ’ କହିଛି, ଗତ କିଛି ବର୍ଷରେ ଓଟାଓ୍ବା ୩୨ ସଦସ୍ୟ ବିଶିଷ୍ଠ ମେଣ୍ଟରେ ସବୁଠାରୁ କମ୍‌ ଯୋଗଦାନ ଦେଇଥିବା ଦେଶରୁ ଗୋଟିଏ ପାଲଟିଛି। ସେ ଘରୋଇ ସୈନ୍ୟ ଖର୍ଚ୍ଚ ଲକ୍ଷ୍ୟକୁ ପୂରା କରିବାରେ ବିଫଳ ହୋଇଛି, ନୂଆ ଉପକରଣ କ୍ରୟ ଲାଗି ଆର୍ଥିକ ପୋଷଣ ଦେଇପାରୁନାହାନ୍ତି। ଏପରିକି ଦେଶ ନିକଟରେ ଏ ସଙ୍କ୍ରାନ୍ତରେ କୌଣସି ଯୋଜନା ନାହିଁ।

କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋ ଚଳିତ ବର୍ଷ ନାଟୋ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ଓ୍ବାଶିଂଟନ ପହଞ୍ଚିଛନ୍ତି। ଔପଚାରିକ ଭାବେ ମଙ୍ଗଳବାର ଏହା ଆରମ୍ଭ ହେବ। ଟ୍ରୁଡୋଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏହି ବୈଠକ ସମୟରେ ସେ ସମ୍ପୂର୍ଣ୍ଣ ୟୁରୋପରେ ନାଟୋର ସାମୁହିକ ରକ୍ଷା ପ୍ରଚେଷ୍ଠାରେ କାନାଡ଼ାର ଯୋଗଦାନ ଉପରେ ଆଲୋକପାତ କରିବେ।

Share