Categories: ଜାତୀୟ

କଠୋରପନ୍ଥୀ ତତ୍ତ୍ୱଙ୍କୁ ଆଶ୍ରୟ ଦେଇଛି କାନାଡା

ନୂଆଦିଲ୍ଲୀ,୩୦ା୯ : କାନାଡା କଠୋରପନ୍ଥୀ ତତ୍ତ୍ୱଙ୍କୁ ଆଶ୍ରୟ ଦେଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିବା ସହ ଏନେଇ ନୂଆଦିଲ୍ଲୀର ଉଦ୍‌ବେଗ ଆମେରିକାକୁ ଜଣାଇଛନ୍ତି। କାନାଡା ସହ ଦେଖାଦେଇଥିବା କୂଟନୈତିକ ବିବାଦ ସମ୍ପର୍କରେ ଜୟଶଙ୍କର ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଜାକ୍‌ ସୁଲିଭାନ୍‌ ଏବଂ ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କୁ ଅବଗତ କରାଇଥିଲେ। ହଡ୍‌ସନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଥିଙ୍କ୍‌ଟ୍ୟାଙ୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ଜୟଶଙ୍କର କହିଥିଲେ, ଗୁରୁବାର ବ୍ଲିଙ୍କେନ୍‌ଙ୍କ ସହ ଆଲୋଚନା ବେଳେ କାନାଡା କରିଥିବା ଅଭିଯୋଗ ପ୍ରସଙ୍ଗ ସ୍ଥାନ ପାଇଥିଲା। ବ୍ଲିଙ୍କେନ୍‌ ଏବଂ ସୁଲିଭାନ୍‌ ସମୁଦାୟ ସ୍ଥିତି ଉପରେ ଆମେରିକାର ମତାମତ ପ୍ରକାଶ କରିଥିଲେ। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟା ସମ୍ପର୍କିତ ନିର୍ଦ୍ଦିଷ୍ଟ ତଥା ଉପଯୁକ୍ତ ତଥ୍ୟ ଦେଲେ ଭାରତ ଏହାକୁ ଅନୁଧ୍ୟାନ କରିବ ବୋଲି ଜୟଶଙ୍କର କହିଛନ୍ତି। କାନାଡା ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାଲଟିଥିବା ଗତ ସପ୍ତାହରେ ନୂଆଦିଲ୍ଲୀ କହିଥିଲା।

Share