ବେଙ୍ଗାଲୁରୁ, ଚଣ୍ଡିଗଡ଼, ମୁମ୍ବାଇରେ ଭିଜା ସେବା ବନ୍ଦ କଲା କାନାଡା

ଓଟାଓ୍ବା,୨୦ା୧୦: କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ମାସେରୁ ଊର୍ଦ୍ଧ୍ୱ ହେବ ଦେଖାଦେଇଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକ ବଡ଼ ଖବର ଆସିଛି। ଭାରତରୁ କାନାଡା ଯିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ଖରାପ ଖବର। କାରଣ କାନାଡା ଏହା ୪୧ ଜଣ କୂଟନୀତିଜ୍ଞଙ୍କୁ ଭାରତରୁ ସ୍ମରଣ କରିଛି। ଏଥିସହ ବେଙ୍ଗାଲୁରୁ, ଚଣ୍ଡିଗଡ଼ ଏବଂ ମୁମ୍ବାଇରେ କାନାଡା ଭିଜା ଏବଂ ବ୍ୟକ୍ତିଗତ କନସୁଲାର ସେବାକୁ ସାମୟିକ ଭାବେ ସ୍ଥଗିତ ରଖିଛି।

Share