କାନାଡା ହିନ୍ଦୁ ମନ୍ଦିରରେ ପୁଣି ଭଙ୍ଗାରୁଜା…

ଅଟଓ୍ବା,୧୩।୮ : ପୁଣି ଥରେ କାନାଡାରେ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି। ଖାଲିସ୍ତାନ ସମର୍ଥକମାନେ ଏହା କରିଥିବା ଅଭିଯୋଗ ହୋଇଛି। କାରଣ ଅତୀତରେ ନିହତ ହୋଇଥିବା ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ପୋଷ୍ଟର ମନ୍ଦିର ଦ୍ୱାରରେ ଲଗାଯାଇଥିଲା। ଏହି ଘଟଣା କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ଘଟିଛି।

ଟାର୍ଗେଟ କରାଯାଇଥିବା ଏହି ମନ୍ଦିର ହେଉଛି ସୁରେଠାରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର। ଏହା ବ୍ରିଟିଶ କଲମ୍ବିଆ ପ୍ରଦେଶର ସର୍ବ ପୁରାତନ ଏବଂ ବୃହତ୍ତମ ହିନ୍ଦୁ ମନ୍ଦିର । ଖଲିସ୍ତାନ ପୋଷ୍ଟର ମନ୍ଦିରର ଫାଟକରେ ଲଗାଯାଇଛି ଯେଉଁଥିରେ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳୁଛି। ପୋଷ୍ଟରରେ ଏହା ଲେଖାଯାଇଛି ଜୁନ ୧୮ ହତ୍ୟା ଘଟଣାରେ କାନାଡା ଭାରତର ଭୂମିକା ଅନୁସନ୍ଧାନ କରୁଛି।

Share