ମ୍ୟାନମାର ସେନାଙ୍କ ଅସ୍ତ୍ର ଯୋଗାଣକାରୀଙ୍କ ଉପରେ କନାଡାର ପ୍ରତିବନ୍ଧକ

ଓଟାୱା,୨୬ ।୩: ଗ୍ଲୋବଲ ଆଫେୟାର୍ସ କାନାଡା ଶୁକ୍ରବାର ଏକ ବୟାନରେ କହିଛି ମ୍ୟାନମାରରେ ସେନା ଅଧିକାରୀଙ୍କୁ ଅସ୍ତଶସ୍ତ୍ର ଯୋଗାଣ କରୁଥିବା ବ୍ୟକ୍ତି ଓ ସଂସ୍ଥା ଉପରେ କନାଡା ପ୍ରତିବନ୍ଧକ ଲଗାଉଛି । କାନାଡା ବିଶେଷ ଆର୍ଥକ ଉପାୟ(ବୁର୍ମା) ବିନିୟମ ଅନୁଯାୟୀ, ସେହି ବ୍ୟକ୍ତି ଓ ସଂସ୍ଥା ବିରୋଧରେ ପ୍ରତିବନ୍ଧକ ଲଗାଉଛି ଯିଏ ମ୍ୟାନମାରରେ ସେନା ଶାସନକୁ ଅସ୍ତ୍ରଶସ୍ତ୍ର ଓ ସେନା ଉପକରଣ କ୍ରୟ ତଥା ଯୋଗାଣ ପାଇଁ ଦାୟୀ ।
କାନାଡାର ଅଧିକାରୀମାନେ କହିଛନ୍ତି ସେମାନେ ଆମେରିକା ଓ ବ୍ରିଟେନ କି ସରକାରଙ୍କ ସହ ସମନ୍ୱୟ ସହ ଅତିରିକ୍ତ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ବୈଦେଶିକ ମନ୍ତ୍ରୀ ମିଲାନି ଜେଲି କହିଛନ୍ତି, କାନାଡା ମ୍ୟାନମାର ଲୋକଙ୍କ ସହ ରହିଛି । ଯେ ପର୍ଯ୍ୟନ୍ତ ଏହି ଶାସନ ମାନବ ଜୀବନ ପ୍ରତି କ୍ରୁରତା ଜାରି ରଖିବ, ଆମେ ଚୁପ ରହିବୁ ନାହିଁ । ଜେଲି ଅନ୍ତର୍ଜାତୀୟ ସମୁଦାୟ ମ୍ୟାନମାର ସେନା ଉପରେ ତାଙ୍କରି ଲୋକଙ୍କ ଅତ୍ୟାଚାରକୁ ରୋକିବା ପାଇଁ ଅଧିକ ଚାପ ପକାଇବାକୁ ଆହ୍ୱାନ ଦେଇଛନ୍ତି ।

Share