କାନାଡାରେ ଆଉ ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗିଲେ ଖଲିସ୍ତାନ ସମର୍ଥକ

ଓଟଓ୍ବା,୮।୯: କାନାଡାର ଖାଲିସ୍ତାନ ଉଗ୍ରବାଦୀମାନେ ହିନ୍ଦୁ ମନ୍ଦିରକୁ କ୍ରମାଗତ ଭାବରେ ଟାର୍ଗେଟ କରୁଛନ୍ତି। ସଦ୍ୟତମ ମାମଲା କାନାଡାର ବ୍ରିଟିଶ କଲମ୍ବିଆର ସୁରେଇ ସହରରୁ ଆସିଛି ଯେଉଁଠାରେ ଏହାର ବାହ୍ୟ କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଦେଇ ଏକ ମନ୍ଦିରକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି। ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଶିଖ ଫର ଜଷ୍ଟିସ (ଏସଏଫଜେ) ଭାନକୋଭରରେ ଭାରତର ବାଣିଜ୍ୟ ଦୂତାବାସ ବନ୍ଦ କରିବାକୁ ଧମକ ଦେବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ଭଙ୍ଗା ଯାଇଥିବା ମନ୍ଦିର ହେଉଛି ମାତା ଭମେଶ୍ୱରୀ ଦୁର୍ଗା ମନ୍ଦିର। ଗୁରୁବାର ସକାଳେ ଏହି ଘଟଣା ଘଟିଛି। ଯେତେବେଳେ ରୟାଲ କାନାଡିୟ ମାଉଣ୍ଟେଡ ପୋଲିସ (ଆରସିଏମପି) ମନ୍ଦିରରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସୂଚନା ପାଇଲା। ମନ୍ଦିର ପରିଚାଳନା ସଦସ୍ୟ ରୋହିତ ଗଣମାଧ୍ୟମକୁ କହିଛନ୍ତି ଯେ ମନ୍ଦିରର ବାହାର କାନ୍ଥରେ ଥିବା ଗ୍ରାଫ୍ଟିକୁ ହଟାଇ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ପୂର୍ବରୁ ଓଟାଓ୍ବାରେ ଭାରତର ହାଇ କମିଶନ କାନାଡାର qବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗ୍ଲୋବାଲ ଆଫେୟାର୍ସ କାନାଡାକୁ ଭାନକୋଭରରେ ଏହାର କୂଟନୈତିକ କମ୍ପ୍ଲେକ୍ସ ପ୍ରତି ବିପଦ ଥିବା ସୂଚନା ଦେଇଥିଲେ। ପ୍ରକୃତରେ, ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ଶିଖ ଫର ଜଷ୍ଟିସ (ଏସଏଫଜେ) ର ସମର୍ଥକମାନେ ଶୁକ୍ରବାର ଭାନକୋଭର ବାଣିଜ୍ୟ ଦୂତାବାସ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ଖାଲିସ୍ତାନ ଉଗ୍ରବାଦୀମାନେ ଏହି ମନ୍ଦିରକୁ ଟାର୍ଗେଟ କରିଥିଲେ।

Share