ଭାରତ ଉପରେ କଟକଣା ଲଗାଇପାରେ କାନାଡା

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୧୬ା୧୦:ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ କାନାଡା ଅଭିଯୁକ୍ତ କରିବା ପରେ ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ତିକ୍ତତା ତୀବ୍ର ହେବାରେ ଲାଗିଛି। ନୂଆଦିଲ୍ଲୀ ସୋମବାର କାନାଡାରୁ ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ଓ ଅନ୍ୟ ବରିଷ୍ଠ କୂଟନୀତିଜ୍ଞମାନଙ୍କୁ ଫେରାଇ ଆଣିବା ସହ ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡାର ୬ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା। ନିଜ୍ଜାର ହତ୍ୟା ଘଟଣାରେ ସମ୍ପୃକ୍ତି ନେଇ ଭାରତ ବିରୋଧରେ କାନାଡା କଟକଣା ଲଗାଇପାରେ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ମେଲାନି ଜୋଲି ସୂଚନା ଦେଇଛନ୍ତି। କୂଟନୈତିକ ଉଦ୍ୟମ ଉପରେ ଗୁରୁତ୍ୱ ଦେଇ ସେ ଭାରତକୁ ତଦନ୍ତରେ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି। କୂଟନୈତିକ ସମ୍ପର୍କରେ
ତିକ୍ତତା ବଢ଼ୁଥିବାରୁ କାନାଡାରେ ଥିବା ୪ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ର ଏବଂ ଉଭୟ ଦେଶର ଭିଜା ଆଶାୟୀଙ୍କ ଚିନ୍ତା ବଢ଼ିଛି। ଗତବର୍ଷ ପ୍ରଥମ ୧୦ ମାସରେ ଭାରତ ଓ କାନାଡା ମଧ୍ୟରେ ବାଣିଜ୍ୟ ୮.୨ ବିଲିୟନ ଡଲାର ଥିଲା। ପୂର୍ବବର୍ଷ ତୁଳନାରେ ଏହା ୧୮.୮୪ ପ୍ରତିଶତ ଅଧିକ। ଗତବର୍ଷ ଭାରତ କାନାଡାକୁ ୪.୧ ବିଲିୟନ ଡଲାର ମୂଲ୍ୟର ପଣ୍ୟ ରପ୍ତାନି କରିଥିଲା। ରପ୍ତାନି ସାମଗ୍ରୀ ମଧ୍ୟରେ ରହିଛି ଖାଦ୍ୟଶସ୍ୟ, ଅଟା, ଷ୍ଟାର୍ଚ, ଦୁଗ୍ଧଜାତ ପଦାର୍ଥ, ଅପ୍‌ଟିକାଲ, ଫଟୋ, ଟେକ୍‌ନିକାଲ ଏବଂ ମେଡିକାଲ ଉପକରଣ, ଷ୍ଟୋନ୍‌, ପ୍ଲାଷ୍ଟର, ସିମେଣ୍ଟ, ଆଜବେଷ୍ଟସ୍‌ ଏବଂ ବିଭିନ୍ନ ରାସାୟନିକ ପଦାର୍ଥ। ଅନ୍ୟପକ୍ଷରେ ଭାରତ କାନାଡାରୁ ଘଣ୍ଟା, ଡେଏରି ଉତ୍ପାଦ, ଅଣ୍ଡା, ମହୁ, ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା, ଉପକରଣ ଓ ଯନ୍ତ୍ରାଂଶ, ମାଛ, ମାଂସ ଓ ସାମୁଦ୍ରିକ ଖାଦ୍ୟ ଆମଦାନୀ କରିଥାଏ। କଟକଣା ଲାଗିଲେ ଉଭୟ ଦେଶର ବାଣିଜ୍ୟ ପ୍ରଭାବିତ ହେବା ସହ ଅର୍ଥନୀତି କ୍ଷତିଗ୍ରସ୍ତ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଭାରତ ବିରୋଧରେ କଟକଣା ଲାଗୁ କରିବା ସମ୍ଭାବନା ସହ ସବୁକିଛି ବିଚାରାଧୀନ ରହିଥିବା ଜୋଲି ସୂଚନା ଦେବା ପରେ ଭାରତ-କାନାଡା କୂଟନୈତିକ ବିବାଦ ଆହୁରି ତୀବ୍ର ହୋଇଛି। ଖଲିସ୍ତାନୀ ନେତା ନିଜ୍ଜାରଙ୍କୁ ଗତବର୍ଷ ଜୁନ୍‌ରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ସହ ଭାରତ ସରକାରଙ୍କ ସମ୍ପୃକ୍ତି ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସୋମବାର କହିବା ପରେ ଉତ୍ତେଜନା ବଢ଼ିଥିଲା। ଟ୍ରୁଡୋଙ୍କ ଅଭିଯୋଗର ଜବାବରେ ଭାରତ ଏହାର ୬ ଜଣ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ ସେଠାରୁ ଭାରତୀୟ ହାଇକମିଶନ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ ଫେରାଇ ଆଣିଥିଲା। ହତ୍ୟା ମାମଲାର ତଦନ୍ତ ଚାଲିଥିବାରୁ ଭାରତୀୟ କୂଟନୀତିଜ୍ଞମାନଙ୍କୁ ବହିଷ୍କାର କରାଗଲା ବୋଲି କାନାଡା କହିଛି। ତେବେ ହତ୍ୟାରେ ସମ୍ପୃକ୍ତି ଅଭିଯୋଗକୁ ଭାରତ ଦୃଢ଼ ଭାବେ ଖଣ୍ଡନ କରିଆସିଛି।
କାନାଡା ନାଗରିକଙ୍କୁ ଆକ୍ରମଣ କରିବା ପାଇଁ ଭାରତ ଏହାର କୂଟନୀତି ଏବଂ ସଂଗଠିତ ଅପରାଧକୁ ବ୍ୟବହାର କରୁଥିବା ଟ୍ରୁଡୋ ଅଭିଯୋଗ ଆଣିଛନ୍ତି। ଫଳରେ କାନାଡା ଜନସାଧାରଣ ନିଜ ମାଟିରେ ଅସୁରକ୍ଷିତ ଅନୁଭବ କରୁଛନ୍ତି। ଏହା ନୂଆଦିଲ୍ଲୀର ବଡ଼ ଭୁଲ୍‌ ବୋଲି ଟ୍ରୁଡୋ କହିଛନ୍ତି। ଅନ୍ୟପକ୍ଷରେ ଟ୍ରୁଡୋଙ୍କ ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ନିଜ୍ଜାର ହତ୍ୟା ସମ୍ପର୍କରେ କାନାଡା ସରକାର ଭାରତକୁ ନିର୍ଭରଯୋଗ୍ୟ ପ୍ରମାଣ ଦେଇଥିବା ଦାବି ଠିକ୍‌ ନୁହେଁ ବୋଲି ନୂଆଦିଲ୍ଲୀ କହିଛି। କାନାଡା ସରକାର ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଟାର୍ଗେଟ କରୁଥିବା ଏକ ସୂତ୍ରରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଭଳି ଜମ୍ମୁ କଶ୍ମୀରରେ ଉପୁଜିବ କି ମତଭେଦ? ସରକାରଙ୍କ ସହ ତାଳମେଳକୁ ନେଇ ଏମିତି କହିଲେ ଏଲ୍‌ଜି ମନୋଜ ସିହ୍ନା

ଶ୍ରୀନଗର,୧୬।୧୦: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମିତିରେ ରାଜ୍ୟରେ କ’ଣ ଦିଲ୍ଲୀ ଭଳି...

ପାକିସ୍ତାନକୁ ନିଜ ଘରେ ମୁହଁତୋଡ ଜବାବ ଦେଲେ ଜୟଶଙ୍କର: ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୧୬।୧୦: ଭାରତୀୟ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବର୍ତ୍ତମାନ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ପାକିସ୍ତାନରେ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିବୃତ୍ତି...

କିଏ ସେ ସୁରିନ୍ଦର ଚୌଧୁରୀ? ଯାହାକୁ ଉପମୁଖ୍ୟମନ୍ତ୍ରୀ କଲା ଉମର ସରକାର.. ଭାଜପାର ତୁଙ୍ଗ ନେତାଙ୍କୁ କରିଥିଲେ ପରାଜିତ

ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀରରେ ନୂଆ ସରକାର ଗଠନ ହୋଇଛି। ବୁଧବାର ନ୍ୟାଶନାଲ କନ୍‌ଫରେନ୍ସର ନେତା ଉମର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିଭଳି ନୌସେରାରୁ ବିଧାୟକ...

ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୬।୧୦: ଆଜି କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଦେଶର ପ୍ରାୟ ଏକ କୋଟି ସରକାରୀ କର୍ମଚାରୀଙ୍କ ଡିଏ ବୃଦ୍ଧି କରାଯାଇଛି...

ହୋଇଗଲା ନିଷ୍ପତ୍ତି: ନାୟବ ସିଂ ସାଇନି ହେବେ ହରିୟାଣାର ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୬।୧୦: ଭାଜପା ହରିୟାଣାରେ ବିଧାୟକ ଦଳର ନେତା ଚୟନ କରିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ନାୟବ ସିଂ ସାଇନି...

ହେଜବୋଲ୍ଲାର ପେଜରଠାରୁ ଅଧିକ ଶକ୍ତିଶାଳୀ ଇଭିଏମ୍‌, କଂଗ୍ରେସର ଦାବିକୁ ନେଇ ଏମିତି କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୧୬।୧୦: ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ ନେତା ରସିଦ ଅଲଭି ମଙ୍ଗଳବାର ବାଲାଟ ପେପର ମାଧ୍ୟମରେ ଭୋଟ ଦେବାକୁ...

ଜମ୍ମୁ-କଶ୍ମୀରକୁ ମିଳିଲା ପ୍ରଥମ ମୁଖ୍ୟମନ୍ତ୍ରୀ

ଶ୍ରୀନଗର,୧୬।୧୦: ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ସରକାର ବୁଧବାର ଶପଥ ଗ୍ରହଣ କରିଛନ୍ତି। ଓମାର ଅବଦୁଲ୍ଲା କଶ୍ମୀରର ଇଣ୍ଟର ନ୍ୟାଶନାଲ କନଭେନଶନ ସେଣ୍ଟରରେ ପ୍ରଥମ...

ବାବା ସିଦ୍ଦିକୀ ହତ୍ୟାକାଣ୍ଡ: ୟୁଟ୍ୟୁବ ଦେଖି ଗୁଳି ଚଳାଇବା ଶିଖିଥିଲେ ଅଭିଯୁକ୍ତ

ମୁମ୍ବାଇ,୧୬।୧୦: ଶନିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଭେଟେରାନ ଏନସିପି ନେତା ଅଜିତ ପାୱାର ଗ୍ରୁପର ବାବା ସିଦ୍ଦିକୀଙ୍କୁ ଗୁଳି କରି ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri