ଓଟ୍ଟାଓ୍ବା,୨୧।୧୦: ଭାରତ ଏବଂ କାନାଡ଼ା ମଧ୍ୟରେ ଜାରି ରହିଥିବା ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଏବେ କାନାଡ଼ା ସରକାର ଆଉ ଏକ ନୂତନ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇରେ କାନାଡା ଏହାର ଭିସା ଏବଂ କାଉନ୍ସିଲର ଆକ୍ସେସ୍କୁ ବନ୍ଦ କରିଦେଇଛି। ଏଣୁ ଯେକେହି କାନାଡ଼ା ଯାତ୍ରା କରିବାକୁ ଚାହୁଁଛନ୍ତି ତାଙ୍କୁ ଭିସା ଲାଗି ଦିଲ୍ଲୀରେ ଥିବା ମୁଖ୍ୟ କାର୍ଯ୍ୟାଳୟ ଯିବାକୁ ହେବ। ତେବେ ଏଭଳି ନିଷ୍ପତ୍ତି ପଛର କାରଣ ବିଷୟରେ କାନାଡ଼ା ସ୍ପଷ୍ଟ କରିନାହିଁ।
ପ୍ରକାଶ ଯେ, ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ଆସିଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହରଦୀପଙ୍କୁ କାନାଡ଼ା ନାଗରିକ ବୋଲି କହିବା ସହ ତାଙ୍କ ମୃତ୍ୟୁ ପଛରେ ଭାରତର ହାତ ଥିବା ଅଭିଯୋଗ କରିଛନ୍ତି।