ଓଟାଓ୍ବା,୩୦।୮: ଦୁନିଆରେ କରୋନାଭାଇରସ ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକିଛି। କାନାଡାର ବ୍ରିଟିଶ କଲମ୍ବିଆରେ ରହୁଥିବା ଜଣେ ବ୍ୟକ୍ତି ଓମିକ୍ରନ ଭାରିଆଣ୍ଟ ବିଏ.୨.୮୬ରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଅଧିକାରୀ କହିଛନ୍ତି ଯେ, ଆକ୍ରାନ୍ତ ଜଣଙ୍କ ପ୍ରଶାନ୍ତ ପ୍ରଦେଶ ବାହାରେ ଯାତ୍ରା କରିନାହାଁନ୍ତି। ସୂଚନାଯୋଗ୍ୟ, ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇନାହିଁ।
ମିଳିତ ବିବୃତ୍ତିରେ କଲମ୍ବିଆ ପ୍ରଦେଶର ମୁଖ୍ୟ ଡକ୍ଟର ବୋନି ହେନେରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଆଡ୍ରିଆନ ଡିକ୍ସ କହିଛନ୍ତି ଯେ, ବିଏ.୨.୮୬ ଜୀବାଣୁ ଜନସାଧାରଣଙ୍କ ପାଇଁ କୌଣସି ବିପଦ ସୃଷ୍ଟି କରୁନାହାଁନ୍ତି। ଏଥି ସହିତ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓମିକ୍ରନ ଭାରିଆଣ୍ଟ ବିଏ.୨.୮୬ ମାମଲା କାନାଡାରେ ଆଶା କରାଯାଇନଥିଲା।