Categories: ଖେଳ

କାନାଡା ଓପନ୍‌: ଫାଇନାଲ୍‌ରେ ଲକ୍ଷ୍ୟ ସେନ୍‌, ହାରିଲେ ସିନ୍ଧୁ

ନୂଆଦିଲ୍ଲୀ,୯।୭: କମନୱେଲଥ ଗେମ୍ସ ଚାମ୍ପିଅନ ଲକ୍ଷ୍ୟ ସେନ କାନାଡା ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥି ସହିତ ପିଭି ସିନ୍ଧୁଙ୍କୁ ସେମିଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡିଛି।
ମହିଳା ଏକକ ସେମିଫାଇନାଲରେ ଦୁଇଥର ଅଲିମ୍ପିକ ପଦକ ବିଜେତା ସିନ୍ଧୁ ୧୪-୨୧ ୧୫-୨୧ରେ ଜାପାନର ଏକ ନମ୍ବର ଆକାନେ ୟାମାଗୁଚିଙ୍କ ନିକଟରୁ ପରାସ୍ତ ହୋଇଥିଲେ। ଅନ୍ୟପକ୍ଷରେ, ସେନ ଜାପାନର ୧୧ତମ ମାନ୍ୟତା ଖେଳାଳିଙ୍କୁ ୨୧-୧୭ ୨୧-୧୪ରେ ପରାସ୍ତ କରି ତାଙ୍କର ଦ୍ୱିତୀୟ ସୁପର ୫୦୦ ଫାଇନାଲରେ ପ୍ରବେଶ କରିଥିଲେ ଲକ୍ଷ୍ୟ।

Share