ଓଟାଓ୍ବା,୨୩।୯: କାନାଡାର ଖାଲିସ୍ତାନବାସୀଙ୍କୁ ଟାର୍ଗେଟ କରିଥିବା ହିନ୍ଦୁ ସମ୍ପ୍ରଦାୟ ସେଠାରେ ବିରୋଧୀ ଦଳର ନେତାଙ୍କ ସମର୍ଥନ ପାଇଛି। ସୂଚନାଯୋଗ୍ୟ, କାନାଡାର ବିରୋଧୀ ଦଳର ନେତା ତଥା କଞ୍ଜରଭେଟିଭ ପାର୍ଟି ନେତା ପିଏରେ ପୋଲିଭରେ ହିନ୍ଦୁମାନଙ୍କ ପ୍ରତି ଘୃଣାଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାନାଡାର ବିକାଶରେ ହିନ୍ଦୁମାନଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କାନାଡାରେ ରହୁଥିବା ଲୋକମାନେ ବିନା ଭୟରେ ଏହି ଦେଶରେ ରହିପାରିବେ।
ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ପୋଷ୍ଟରେ ପଏରେ ପୋଲିଭରେ ଲେଖିଛନ୍ତି ଯେ ପ୍ରତ୍ୟେକ କାନାଡିୟ ନାଗରିକଙ୍କୁ ଭୟ ନ କରି ବଞ୍ଚିବାର ଅଧିକାର ରହିଛି ଏବଂ ଏହି ଦେଶରେ ପ୍ରତ୍ୟେକ ସମ୍ପ୍ରଦାୟ ସ୍ବାଗତଯୋଗ୍ୟ। ସାମ୍ପ୍ରତିକ ସମୟରେ ଆମେ କାନାଡାର ହିନ୍ଦୁମାନଙ୍କ ବିରୁଦ୍ଧରେ ଘୃଣ୍ୟ ମନ୍ତବ୍ୟ ଦେଖିଛୁ ଏବଂ ଏହାକୁ ଦୃଢ ବିରୋଧ କରୁଛୁ। ଦେଶର ପ୍ରତ୍ୟେକ ଭାଗରେ ହିନ୍ଦୁମାନେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି ଏବଂ ସେମାନେ କାନାଡାରେ ସର୍ବଦା ସ୍ବାଗତଯୋଗ୍ୟ। ଯେତେବେଳେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ବିରୁଦ୍ଧରେ ଅଭିଯୋଗ କରିଥିଲେ, ପୋଲିଭରେ ଏହା ମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ତାଙ୍କ ଦାବିକୁ ସମର୍ଥନ କରି ପ୍ରମାଣ ଉପସ୍ଥାପନ କରିବା ଉଚିତ ଯାହା ଦ୍ୱାରା କାନାଡାବାସୀ ଏହି ପ୍ରସଙ୍ଗରେ ଏକ ମତ ସୃଷ୍ଟି କରିପାରିବେ।