ବିବାଦ ମଧ୍ୟରେ ପ୍ରଥମ ଥର ସାମ୍ନାସାମ୍ନି ହେବେ ଭାରତ-କାନାଡା

ନୂଆଦିଲ୍ଲୀ,୭।୧୦: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଲାଗି ରହିଛି। ତେବେ ଏସବୁ ମଧ୍ୟରେ ଭାରତ ଏବଂ କାନାଡା ଆନୁଷ୍ଠାନିକ ଭାବେ ପୁଣିଥରେ ସାକ୍ଷାତ କରିବାକୁ ଯାଉଛନ୍ତି। ନିଜାରଙ୍କ ହତ୍ୟା ବିବାଦ ପରେ ଏହା ପ୍ରଥମ ଥର ଦୁଇ ଦେଶ ମଧ୍ୟରେ ଭେଟ ହେବ। ଆସନ୍ତା ସପ୍ତାହରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ‘ପାର୍ଲାମେଣ୍ଟ -୨୦’ ଶିଖର ସମ୍ମିଳନୀରେ କାନାଡା ସାମିଲ ହେବ ବୋଲି କୁହାଯାଉଛି।

ରିପୋର୍ଟ ଅନୁଯାୟୀ, ‘ପାର୍ଲାମେଣ୍ଟ -୨୦’ ବୈଠକରେ ଭାରତ ଅନେକ ପ୍ରମୁଖ ପ୍ରସଙ୍ଗ ଉଠାଇବାକୁ ଯାଉଛି। ଶୁକ୍ରବାର କାନାଡା ଏହି ବୈଠକରେ ସାମିଲ ହେବାକୁ କହିଛି। ଲୋକ ସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି, ସମସ୍ତ ଦେଶକୁ ନିମନ୍ତ୍ରଣ ପଠାଯାଇଛି। କାନାଡାର ସିନେଟ ବାଚସ୍ପତି ତାଙ୍କ ଏଥିରେ ସାମିଲ ହେବା ନେଇ ନିଶ୍ଚିତ କରିଛନ୍ତି। ‘ପାର୍ଲାମେଣ୍ଟ -୨୦’ ଶିଖର ସମ୍ମିଳନୀରେ କାନାଡାର ପ୍ରତିନିଧିତ୍ୱ ସିନେଟର ଅଧ୍ୟକ୍ଷ ରେମୋଣ୍ଡେ ଗାଗ୍ନେ କରିବେ।

Share