ଅଟଓ୍ବା,୨୮।୧୧ : ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ଆକ୍ରମଣାତ୍ମକ ତଥା ବ୍ୟାଘାତକାରୀ ନୀତିର ମୁକାବିଲା ପାଇଁ କାନାଡା ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଜଳବାୟୁ ପରିବର୍ତ୍ତନ ଏବଂ ବାଣିଜ୍ୟ ପ୍ରସଙ୍ଗରେ ଚାଇନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏହା ଯୋଜନା କରିଛି। କାନାଡା ଏଥିପାଇଁ ୨୬ ପୃଷ୍ଠାର ଡକ୍ୟୁମେଣ୍ଟ ପ୍ରକାଶ କରିଛି।
କାନାଡା ବର୍ତ୍ତମାନ ଭାରତ-ପ୍ରଶାନ୍ତ ମହାସାଗରରେ ସାମରିକ ଉପସ୍ଥିତି ବୃଦ୍ଧି କରିବା ଳାଗି ଯୋଜନା କରିଛି। ବିନିଯୋଗ ନିୟମକୁ କଡାକଡି କରି ବୌଦ୍ଧିକ ସମ୍ପତ୍ତିକୁ ସୁରକ୍ଷା ଦେବେ ଏବଂ ଚାଇନାର ମାଲିକାନା ଉଦ୍ୟୋଗଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ଯୋଗାଣ ବନ୍ଦ କରିବା ରୋକିବ ଲାଗି କାର୍ଯ୍ୟ ଆରମ୍ଭ ହେବ ବୋଲି କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଛି।